ସୋରରେ ଲୁଟେରା ଆତଙ୍କ, ଆକ୍ରମଣ କରି ଲୁଟିନେଲେ ୫ ଲକ୍ଷର ସୁନା ଅଳଙ୍କାର
ସୋର : ସୋରରେ ଲୁଟେରା ଆତଙ୍କ । ଦୋକାନୀଙ୍କ ଉପରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣ । ଆକ୍ରମଣ କରି ଲୁଟିନେଲେ ୫ ଲକ୍ଷର ସୁନା ଅଳଙ୍କାର । ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଆକ୍ରମଣ । ସୋର ଥାନା ବାହାନଗା ଅସୀମିଳା ଗାଁର ହେମନ୍ତ କମିଳା ପଣପଣା ଠାରେ ଏକ ଜୁଏଲାରୀ ଦୋକାନ କରିଛନ୍ତି l
ଗତକାଲି ରାତିରେ ଦୋକାନ ବନ୍ଦ କରି ଗାଁକୁ ଫେରିଲାବେଳେ ୪ଜଣ ଲୁଟେରା ଦୁଇଟି ବାଇକରେ ତାଙ୍କ ପିଛା କରିଥିଲେ । ଘରଠାରୁ ଅଳ୍ପ ଦୂରରେ ବାଇକରୁ ଘୋଷାରୁ ନେଇ ମାରାଣାସ୍ତ୍ରରେ ହାତକୁ ହାଣିଦେଇଥିଲେ । ହେମନ୍ତ ତଳେ ପଡିଯିବାରୁ ତାଙ୍କ ବାଇକ ଡିକି ଭାଙ୍ଗି ସୁନା ନେଇ ଲୁଟେରା ଚମ୍ପଟ ମାରିଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ଗତକାଲି ସୋର ଥାନା କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରିରୁ କାନ୍ଥ ତାଡି କୋଟିଏ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ ।
