ସ୍ପା ଉପରେ ଚଢାଉ, ୯ ଯୁବତୀ ଓ ୪ ଯୁବକ ଗିରଫ
ପାରାଦ୍ଵୀପ : ବନ୍ଦର ନଗରୀ ପାଲଟିଛି ଦେହବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ। ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ସ୍ପା ଉପରେ ଜୋରଦାର ଚଢାଉ । ଗୋଟିଏ ସ୍ପା ରୁ ଗିରଫ ହେଲେ ୯ ଯୁବତୀ ଓ ୪ ଯୁବକ । ଦେହ ବ୍ୟବସାୟର ଚେର ଲମ୍ବିଛି କଲିକତାରୁ ପାରାଦ୍ଵୀପ । ଗିରଫ ୯ ଯୁବତୀଙ୍କ ଘର ଓ୍ବେଷ୍ଟବେଙ୍ଗଲ କଲିକତା । ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପା ରୁ ଗିରଫ ହେଲେ ଯୁବତୀ ଓ ଯୁବକ । ସ୍ପା ମାଲିକ ସେଖ୍ ବଦ୍ରୃ ଫେରାର । ଯୁବତୀମାନେ ଗତ ଦୁଇଦିନ ହେଲା ପାରାଦ୍ଵୀପ ଆସିଥିବା ସୂଚନା । ସେମାନଙ୍କ ବୟସ ୨୦ ରୁ ୩୨ ବର୍ଷ ମଧ୍ୟରେ ଏବଂ ଯୁବକ ମାନଙ୍କ ମଧ୍ୟରୁ ତିନିଜଣ ଜାହାଜ କର୍ମଚାରୀ ବୋଲି ସୂଚନା । ଜଣେ ଏକ କେନ୍ଦ୍ରୀୟ ସଂସ୍ଥାରେ ଚାକିରି କରୁଛନ୍ତି । ଆଦର୍ଶ ଥାନା ଆଇଆଇସି କାବୁଲି ବାରିକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିବା ବେଳେ ଗିରଫ ଯୁବକ ଓ ଯୁବତୀମାନଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ପାର ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
