ହାଇଆଲର୍ଟ ଘୋଷଣା ପରେ ପାଦରେ ଚାଲିଚାଲି ଲୋକଙ୍କ ଭଲମନ୍ଦ ପଚାରି ବୁଝିଲା ପୁଲିସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆଗ୍ରାରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସେନା ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଆଗ୍ରାରେ ହାଇ ଆଲର୍ଟ ଘୋଷଣା ହେବାପରେ  ପୁଲିସ ମିଶ୍ରିତ ଜନବସତି ଥିବା ଅଞ୍ଚଳରେ ପାଦରେ ଚାଲିଚାଲି ପାଟ୍ରୋଲିଂ କରି  ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲା।

କେବଳ ଏତିକି ନୁହେଁ ଏହି ବୈଠକରେ ସୋସିଆଲ ମିଡିଆ ସେଲକୁ ୨୪ ଘଣ୍ଟା ସକ୍ରିୟ ରହିବାକୁ କୁହାଯାଇଛି। ଯେଉଁ ପରିବାରର ସମ୍ପର୍କୀୟମାନେ ପାକିସ୍ତାନରେ ରହୁଛନ୍ତି ସେମାନଙ୍କ ସହିତ କୌଣସି ଭିଡିଓ ସେୟାର କରନ୍ତୁ ନାହିଁ ଯାହା ସମସ୍ୟା ସୃଷ୍ଟି କରିବ।  ସୋସିଆଲ ଭାଇରାଲ୍ ମେସେଜ୍ ଏବଂ ଭିଡିଓ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସୋସିଆଲ ମିଡିଆ ସେଲକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଲୋକଙ୍କୁ ଅନୁରୋଧ କରି କୁହାଯାଇଛି ଯେ ସେନା ଗତିବିଧିର କୌଣସି ଭିଡିଓ ତିଆରି କରନ୍ତୁ ନାହିଁ  କି ଏହାକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ।

Spread the love