୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ପମେଡ ଥାନା ଅନ୍ତର୍ଗତ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ଦୁଇଜଣଙ୍କୁ ମାଓବାଦୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏମାନଙ୍କୁ ମଧ୍ୟରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲ ରହିଛନ୍ତି।ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ଏହି ଦୁଇ ଗାଁରେ ପହଞ୍ଚିଥିଲେ। ଗ୍ରାମର ଅନ୍ୟ ଗ୍ରାମବାସୀଙ୍କୁ ମାଡ଼ ମାରିବା ସହ ଏହି ଦୁଇ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନେଇ ହତ୍ୟା କରିଥିଲେ। ପୁଲିସ ଇନଫୋର୍ମର ଦର୍ଶାଇ ହତ୍ୟା କରାଯାଇଥିବା କୁହାଯାଇଛି। ନକ୍ସଲ ଏବେ ଘାଇଲା ବାଘ ଭଳି ବୁଲୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Spread the love