୬ କୋଟିରୁ ଉର୍ଦ୍ଧ୍ବ ଅନଲାଇନ୍ ଟ୍ରେଡିଂ ଠକେଇ ମାମଲା, ଆନ୍ଧ୍ର ପ୍ରଦେଶରୁ ଜଣେ ଗିରଫ

ବ୍ରହ୍ମପୁର : ୬ କୋଟିରୁ ଉର୍ଦ୍ଧ୍ବ ଅନଲାଇନ୍ ଟ୍ରେଡିଂ ଠକେଇ ମାମଲାରେ କ୍ରାଇମ ବ୍ରାଞ୍ଚ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରୁ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ଭି ଶ୍ରୀନିବାସ ରାଓ । ଜଣେ ବ୍ୟବସାୟୀଙ୍କ ଠାରୁ ଅଧିକ ଲାଭ ଲୋଭ ଦେଖାଇ ଠକି ଥିଲେ । ବିଭିନ୍ନ ପର୍ଯ୍ୟାୟରେ ବ୍ୟବସାୟୀ ଜଣଙ୍କ 6 କୋଟି 16 ଲକ୍ଷ ଟଙ୍କା ଜମା କରିଥିଲେ । ଶ୍ରୀନିବାସକୁ ଗିରଫ କରି SDJM ବ୍ରହ୍ମପୁରରେ ହାଜର କରାଯାଇଛି । ପୂର୍ବରୁ ଏହି ମାମଲାରେ 6 ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଥିଲା ।

Spread the love