୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ, ଭାବବିହ୍ୱଳ ହେଲେ ଅବସରପ୍ରାପ୍ତ ସୈନିକ

ଉଦଳା: ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପାରୁଛୁ ଓ ଖୁସିରେ ଘରେ ରହିପାରୁଛୁ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । କେଡେ ଭାଗ୍ୟବାନ ସେ ବାପା ମା’ ଯିଏ ଆମ ମାଟି ମା’ର ସୁରକ୍ଷା ପାଇଁ ଏହି ବୀରପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଆମ ଭାରତୀୟ ସେନା ବାହିନୀ ନିଜ ଦେଶକୁ ଶତ୍ରୁ ଠାରୁ ରକ୍ଷା କରୁଛନ୍ତି ।  ଏହି ସୈନିକମାନେ ଅବସର ନେବା ପରେ ତାଙ୍କ କଥା ଏତେ ଟା କେହି ପଚାରନ୍ତିନି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅବସରପ୍ରାପ୍ତ ସୈନିକମାନଙ୍କ ନିସ୍ବାର୍ଥପର ସେବାକୁ ସଦା ସର୍ବଦା ମନେ ରଖନ୍ତି । ହଁ ଆଜ୍ଞା ଏମାନେ ହେଉଛନ୍ତି ସେହି ଅବସରପ୍ରାପ୍ତ ସୈନିକ । ଆଉ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଉଦଳା ବ୍ଲକ ଏବଂ ଏନଏସି ଅଞ୍ଚଳରେ ଥିବା ସମସ୍ତ ଅବସରପ୍ରାପ୍ତ ସୈନିକମାନଙ୍କୁ ଏକଜୁଟ କରାଯିବା ସହିତ ସେମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଅବସରପ୍ରାପ୍ତ ସୈନିକମାନେ ଭାବ  ବିହ୍ୱଳ ହେବା ସହିତ ତାଙ୍କ ଜୀବନ କାଳରେ ସେମାନେ ସାଉଁଟିଥିବା ଅନୁଭୂତିକୁ ବିଷୟରେ କହିଥିଲେ । ଜଣେ ସୈନିକ ଯେ ତା ଜୀବନ କାଳରେ କେତେ ସମସ୍ୟାର ସାମ୍ନା କରିଥାଏ ତାହା ମନେ ପକାଇଥିଲେ ଅବସରପ୍ରାପ୍ତ ସୈନିକ । ଏହା ସହିତ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ଅବସରପ୍ରାପ୍ତ ସୈନିକମାନେ ଖୁସି ଥିବା ପ୍ରକାଶ କରିଥିଲେ ।

ସତରେ ଆମ ବୀର ଯବାନ୍‌ ମହାନ୍‌ । ତାଙ୍କୁ ଯେତେ ସଲାମ୍‌ କଲେ ମଧ୍ୟ କମ୍‌ ପଡ଼ିବ । ବୀର ପୁଅଙ୍କ ପାଇଁ ଆମ ଛାତି ଆଜି ଗର୍ବରେ ଫୁଲି ଉଠୁଛି । ଏହି ବୀର ଯବାନଙ୍କ ପାଇଁ ଆମେ ଶାନ୍ତିରେ ଶୋଇ ପାରୁଛୁ । ଏହି ଅବସରପ୍ରାପ୍ତ ସୈନିକମାନଙ୍କ ପାଇଁ କରାଯାଇଥିବା ଛୋଟିଆ ପ୍ରୟାସ ସତରେ ପ୍ରଶଂସନୀୟ ।

Spread the love