ଅକ୍ସିଜେନ୍ ଯେଉଁଠି ଅଛି ସେଠାକୁ ନେଇଯାନ୍ତୁ’ : କାନ୍ଦି ପକାଇଲେ ହସ୍ପିଟାଲ MD
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା। ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍ ଅଭାବ ଆହୁରି ସାଂଘାତିକ ହୋଇପଡିଛି । ସ୍ଥିତି ଏପରି ଯେ, ରୋଗୀଙ୍କ ଦେବଦୂତ କୁହାଯାଉଥିବା ଡାକ୍ତର ମଧ୍ୟ ନିଜର କୋହ ସମ୍ଭାଳି ପାରୁନାହାନ୍ତି । ଦିଲ୍ଲୀ ସ୍ଥିତ ବତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବକୁ ନେଇ ଗଣମାଧ୍ୟମକୁ ସୂଚନା ଦେବା ସମୟରେ କାନ୍ଦି ପକାଇଲେ ଏମ୍ଡି ଡାକ୍ତର ଏସ୍ସିଏଲ୍ ଗୁପ୍ତା ।
#WATCH | Dr SCL Gupta, MD, Batra Hospital, Delhi breaks down as he speaks about oxygen crisis, says, "We are requesting people to take their patients wherever O2 is available. We understand patient is someone's mother, father.. if I lose someone close, I'd naturally feel bad." pic.twitter.com/wWB0zTiDu2
— ANI (@ANI) April 24, 2021
ଅକ୍ସିଜେନ୍ ଅଭାବ ଯୋଗୁଁ ହସ୍ପିଟାଲର ଏମ୍ଡି ମଧ୍ୟ ଅସହାୟତା ପ୍ରକାଶ କରୁଛନ୍ତି ଏବଂ କୋହ ସମ୍ଭାଳି ପାରୁନାହାନ୍ତି । ବତ୍ରା ହସ୍ପିଟାଲ ଏମ୍ଡି ଏସ୍ସିଏଲ୍ ଗୁପ୍ତା କହିଛନ୍ତି,‘ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି, ଯେଉଁଠାରେ ଅକ୍ସିଜେନ ଉବଲବ୍ଧ ଅଛି ରୋଗୀଙ୍କ ସମ୍ପର୍କୀୟମାନେ ସେଠାକୁ ତୁରନ୍ତ ନେଇଯାଆନ୍ତୁ । ଏହାକୁ ଆସୁଥିବା ସମସ୍ତ ରୋଗୀ ନିଜର ଭଳି । ଏହି ସଙ୍କଟ ସମୟରେ ଆମେ କିଛି ସାହାଯ୍ୟ କରିପାରୁ ନାହୁଁ । ରୋଗୀଙ୍କୁ ବଞ୍ଚାଇବାକୁ ଚାହିଁଲେ ବି ଆମେ ବଞ୍ଚାଇପାରୁନାହୁଁ । ଦୟାକରି ମୋ ରୋଗୀଙ୍କ ଜୀବନ ବଞ୍ଚାନ୍ତୁ’।
ସୂଚନାଯୋଗ୍ୟ, ଶନିବାର ସକାଳେ ବତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଶେଷ ହେଉଥିବା ନେଇ ଖବର ଆସିଥିଲା । କିଛି ସମୟ ପରେ ଗୋଟିଏ ଟ୍ୟାଙ୍କର ଯୋଗେ ଅକ୍ସିଜେନ ଆସି ପହଞ୍ଚିଥିଲା । ଯାହାକି ମାତ୍ର ଘଣ୍ଟାଏ ପାଇଁ ବଳକା ଥିଲା ।
ଅକ୍ସିଜେନ୍ ଅଭାବକୁ ନେଇ ଡାକ୍ତର ଗୁପ୍ତା କହିଛନ୍ତି, ଶନିବାର ସକାଳ ୭ଟା ବେଳେ ହସ୍ପିଟାଲରୁ ଅକ୍ସିଜେନ୍ ଶେଷ ହୋଇଯାଇଥିଲା । ପ୍ରତିଦିନ ହସ୍ପିଟାଲ ପାଇଁ ୭ ହଜାର ଲିଟର ଅକ୍ସିଜେନ୍ ଆବଶ୍ୟକ ଥିବାବେଳେ ମାତ୍ର ୫୦୦ ଲିଟର ଅକ୍ସିଜେନ୍ ଆସି ପହଞ୍ଚିଥିଲା ଯାହାକି ମାତ୍ର କିଛି ସମୟ ପାଇଁ ଚାଲିବ । ହସ୍ପିଟାଲରେ ୩୫୦ରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଥିବା ବେଳେ ୪୮ ଜଣ ଆଇସିୟୁରେ ଭର୍ତ୍ତି ଅଛନ୍ତି । ରୋଗୀଙ୍କ ପାଇଁ ହସ୍ବିଟାଲ ପକ୍ଷରୁ କୌଣସି ସହାୟତା କରାଯାଇ ପାରୁନାହିଁ । ସ୍ଥିତି ଏପରି ହୋଇଛି ହସ୍ପିଟାଲର ଡାକ୍ତର, ନର୍ସ ଥାଇ ମଧ୍ୟ ଚିକିତ୍ସା ଯୋଗଇପାରୁନାହୁଁ ।