ଅଗ୍ନିକାଣ୍ଡ: ୭ ରୁ ଅଧିକ ଦୋକାନରେ ଲାଗିଲା ନିଆଁ
ଜଳେଶ୍ୱର : ଦୋକାନରେ ଲାଗିଲା ନିଆଁ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଂଚି ଚେଷ୍ଟା ଜାରି ରଖିଛି। ସୂଚନା ଅନୁଯାଇ, ଆଜି ଅପରାହ୍ନ ସମୟରେ ଚନ୍ଦନେଶ୍ୱର ବଜାରରେ ଏକ ଦୋକାନ ଭିତରୁ ହଠାତ ଧୂଆଁ ବାହାରୁଥିବା ଦେଖିବା ପାଇଁ ମିଳିଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ସୁଚନା ଅନୁସାରେ ୭ ରୁ ଅଧିକ ଦୋକାନରେ ନିଆଁ ଲାଗିଥିବାର ଜଣାପଡିଛି । ଏବେ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ ପାଇଁ ଦୁଇଟି ଅଗ୍ନିଶମ ଟିମ ଲାଗିଛନ୍ତି । ଭୟାବହ ଅଗ୍ଣିକାଣ୍ତ ରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି।