ଅଜା ଓ ମାମୁଁ ମିଶି କଲେ ୬ ବର୍ଷର ଝିଅକୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଯୌନ ଶୋଷଣ ମାମଲା ବଢିବାରେ ଲାଗିଛି। ସବୁଠୁ ଉଦ୍‌ବେଗର ବିଷୟ ନାବାଳିକାଙ୍କ ପ୍ରତି ଯୌନ ଅତ୍ୟାଚାର ବଢିବାରେ ଲାଗିଛି। ଏହି କ୍ରମରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମର ଆଉ ଏକ ଲଜ୍ଜିତ ଘଟଣା  ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରୁ ଆସିଛି। ଜଣେ ଛଅ ବର୍ଷୀୟ ନାବାଳିକାକୁ କଠୋରୀରେ ବନ୍ଦ କରି ଦୁଷ୍କର୍ମ କରାଯାଇଛି। ଏହି ପରି ପିଶାଚ କାମ ଆଉ କେହି ନୁହେଁ ଖୋଦ୍‌ ନାବାଳିକାର ମାମୁଁ ଓ ଅଜା କରିଛନ୍ତି। କେବଳ ଏତିକି ନୁହେଁ ଏଥିରୁ ବଡ ଭୟାନକ ଘଟଣା ଏହା ଯେ, ନାବାଳିକାକୁ ତାର କୋମଳମତି ଭାଇ ସାମ୍ନାରେ ଦୁଷ୍କର୍ମ କରାଯାଇଛି।

ଆଠ ଦିନ ପୂର୍ବେ ଅଭିଯୁକ୍ତମାନେ ଏହି କୁକର୍ମ ଘଟଣା ଘଟାଇଛନ୍ତି। କିନ୍ତୁ ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ସେହି ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ମା ନାବାଳିକା ଝିଅର ଅଜବ ଆବଭାବ ଦେଖିବାକୁ ପାଇଥିଲା। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ମା କାମ ସାରି ଘରକୁ ଫେରିଥିଲେ। ଝିଅଟି ନିଜ କପଡା ସଫା କରିଥିବା ମାକୁ ଜଣାଇଥିଲା। ଉକ୍ତ କପଡାରେ ଦାଗ ମଧ୍ୟ ରହିଥିଲା। ଝିଅର ବ୍ୟବହାର ଦେଖି ମାକୁ ଅଡୁଆ ଲାଗିଥିଲା। ମା ଅନୁଭବ କରିଥିଲେ ଯେ, ଝିଅ ସେହି ପରି ବ୍ୟବହାର କରୁନାହିଁ ଯେମିତି ସେ ସାଧାରଣତଃ କରିଥାଏ। ମା କିଛି ପଚାରିବାରୁ ଝିଅ ଡରି ଯାଇଥିଲା।  ଝିଅର ଚେହେରା ଦେଖି ମା ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଅନେକ ଥର ପଚାରିବା ପରେ ଝିଅ ନିଜ ପ୍ରତି ଘଟିଥିବା ଅମାନବୀୟ ଘଟଣା ମା ଆଗରେ ବଖାଣିଥିଲା। ଏହା ପରେ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିଲା।

ମାମଲା ଉପରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ପୀଡିତ ନାବାଳିକା ଖୁଲାସା କରିଛି ଯେ, ପ୍ରାୟ ସାତ ଆଠ ଦିନ ପୂର୍ବେ ତାର ମାମୁ ତାକୁ ଏବଂ ତାର ୩ ବର୍ଷର ଭାଇକୁ ସିଙ୍ଗଡା ଖାଇବାକୁ ଦେବା କହି ଜଣେ ସଂପର୍କୀୟଙ୍କ ଘରକୁ ନେଇ ଯାଇଥିଲା। ସେଠାରେ ତାର ଅଜା ପୂର୍ବରୁ ଥିଲା। ମାମୁଁ ଓ ଅଜା ଏକ କଠୋରୀରେ ନାବାଳିକାକୁ ବନ୍ଦ କରି ତାର ୩ ବର୍ଷର ଭାଇ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ।

କେବଳ ଏତିକି ନୁହେଁ ଦୁଇ ଅଭିଯୁକ୍ତ ଏହି ଘଟଣା କାହା ଆଗରେ ନ ଜଣାଇବା ପାଇଁ ୨୦ ଟଙ୍କା ଦେଇଥିଲେ। ଏହା ପରେ ଝିଅଟିକୁ ସିଙ୍ଗଡା ଖାଇବାକୁ ଦେଇ ତାର ୩ ବର୍ଷର ଭାଇ ସହିତ ଘରେ ଛାଡି ଦେଇଥିଲେ। ଅଭିଯୁକ୍ତ ଅଜାର ବୟସ ୪୮ ବର୍ଷ ବୟସ ହୋଇଥିବା ବେଳେ ଦୂର ସଂପର୍କୀୟ ମାମୁଁର ବୟସ ୨୦ ବର୍ଷ।  ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନର ନାବାଳିକା ସଂରକ୍ଷଣ ଅଧିନିୟମ ସମ୍ଵନ୍ଧିତ ଧାରା ଆଧାରରେ ଗିରଫ କରାଯାଇଛି।

Spread the love