ଅନ୍ତିମ ସଂସ୍କାର ପରେ ପଛକୁ ବୁଲି କାହିଁକି ଦେଖନ୍ତି ନହିଁ ? ଜାଣନ୍ତୁ ରହସ୍ୟ !

 ଗରୁଡ ପୁରାଣ ରେ ଭଗବାନ ବିଷ୍ଣୁ ଗରୁଡ ଙ୍କୁ ପ୍ରାଣୀ ମାନଙ୍କର ମୃ-ତ୍ୟୁ, ଯମଲୋକ ଯାତ୍ରା, ନର୍କ ଯୋନି ତଥା ସଦଗତି ଭଳି ବିଷୟରୁ ସମ୍ବନ୍ଧିତ ଅନେକ ଗୁଣ ତଥା ରହସ୍ୟମୟ ପ୍ରଶ୍ନ ର ବିସ୍ତାର ଭାବରେ ଉତ୍ତର ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଅଛି ଯେ କୌଣସି ବ୍ୟକ୍ତି ର ଦାହ ସଂସ୍କାର ପରେ ତାହାର ପରିଜନ ମାନଙ୍କୁ ଶ୍ମଶାନ ଘାଟକୁ ପଛକୁ ଅନାଇବା ଉଚିତ ନୁହେଁ । ଏହାର ମୁଖ୍ୟ ଧାର୍ମିକ କାରଣ କଣ ଅଟେ ଆଜି ଆମ୍ଭେ ଆପଣ ମାନଙ୍କୁ ଏହା ସମ୍ବନ୍ଧରେ କହିବାକୁ ଯାଉଅଛୁ ।ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହା ଅଟେ ଯେ ମନୁଷ୍ୟ ପ୍ରତ୍ୟକ ଦିନ କାହାକୁ ନା କାହାକୁ ମୃ-ତ୍ୟୁ ବରଣ କରିଥିବାର ଦେଖୁଅଛି । କିନ୍ତୁ ସ୍ଵୟଂ ନିଜ ମୃ-ତ୍ୟୁ ସମ୍ବନ୍ଧରେ କେବେ ମଧ୍ୟ ଚିନ୍ତା କରି ନଥାଏ । ମନୁଷ୍ୟ ର ଶରୀର ୫ ଟି ତତ୍ଵ ଅର୍ଥାତ ପୃଥିବୀ, ଜଳ, ଅଗ୍ନି, ବାୟୁ, ଏବଂ ଆକାଶ ଦ୍ଵାରା ନିର୍ମିତ ହୋଇଅଛି । ଦିନେ ନା ଦିନେ ଏହିଠାରେ ଲିପ୍ତ ହେବାକୁ ହେବ । ଅନ୍ତିମ ସଂସ୍କାର କୁ ବହୁତ ମାନ୍ୟତା ଦିଆଯାଇଅଛି ଯଦି ଏଥିରେ କୌଣସି ପ୍ରକାରର ତ୍ରୁଟି ରହିଥାଏ ତେବେ ମୃ-ତ ବ୍ୟକ୍ତି ଙ୍କ ଆତ୍ମା କୁ ଶାନ୍ତି ମିଳି ନଥାଏ । ଦାହସଂସ୍କାର ପରେ ମୃ-ତ ବ୍ୟକ୍ତି ର ପରିଜନ ମାନଙ୍କୁ ପଛକୁ ମୋଡି ଅନାଇବା କଥା ନୁହେଁ । କାରଣ ସଂସ୍କାର ପରେ ଶରୀର ଜଳିଯାଇଥାଏ କିନ୍ତୁ ମୃ-ତ ବ୍ୟକ୍ତି ର ଆତ୍ମା ସେହିଠାରେ ରହିଯାଇଥାଏ । ଏହା ମଧ୍ୟ ମାନାଯାଇଅଛି ଯେ ମୃ-ତ୍ୟୁ ପରେ ବ୍ୟକ୍ତି ର ଆତ୍ମା ର ନିଜ ପରିଜନ ମାନଙ୍କ ପ୍ରତି ମୋହ ମାୟା ରହିଥାଏ । ଏହା ଫଳରେ ବ୍ୟକ୍ତି ର ଆତ୍ମା ନିଜ ପରିଜନ ଙ୍କ ଆଖପାଖ ରେ ଭଟକିଥାଏ । ଏହିଭଳି ସ୍ଥିତି ରେ ମୃ-ତକଙ୍କ ଆତ୍ମା ଙ୍କୁ ମୁକ୍ତି ମିଳିବାରେ ବହୁତ କଠିନ ହୋଇଥାଏ । ଏହିଭଳି ସ୍ଥିତି ରେ ଏହି ମୋହ ର ତୁଟିବା ବହୁତ ଜରୁରୀ ଅଟେ । କାରଣ ଯଦି ଏପରି ନ ହୋଇଥାଏ ତେବେ ମୃ-ତକର ଆତ୍ମା ର ପରଲୋକ ଗମନ ହୋଇନଥାଏ । ଯଦି ମୃ-ତକର ଆତ୍ମା କୁ ତାହାର ପରିଜନ ପଛକୁ ବୁଲି ଚାହିଁ ଥାନ୍ତି ତେବେ ବ୍ୟକ୍ତି ର ଆତ୍ମା କୁ ଲାଗିବ ଯେ ମୋ ପରିଜନ ମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପ୍ରତି ମୋହ ଅଛି । ଏହାପରେ ସେ ନିଜ ପରିଜନ ଙ୍କ ପିଛା କରି ତାଙ୍କ ସହିତ ଯିବ । ମାତ୍ର ଯଦି ଦାହ ସଂସ୍କାର ପରେ ତାହାର ପରିଜନ ତାକୁ ପଛକୁ ବୁଲି ଚାହିଁ ନଥାନ୍ତି ତେବେ ସେ ନିଜେ ଚିନ୍ତା କରିବ ଯେ ମୋ ପ୍ରତି ମୋର ପରିଜନ ମାନଙ୍କର ଆଊ ମୋହ ମାୟା ରହିନାହିଁ । ଏହା ପରେ ସେ ପରଲୋକ କୁ ଗମନ କରିବ । ବନ୍ଧୁଗଣ ଗରୁଡ ପୁରାଣରେ ମନୁଷ୍ୟର ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥାର ଉଲ୍ଲେଖ ହୋଇଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Spread the love