ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ନେଇ ହାଇକୋର୍ଟରେ ମାମଲା, ଆସନ୍ତା ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି

କଟକ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ନେଇ ହାଇକୋର୍ଟରେ ମାମଲା। ବିଭିନ୍ନ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ହାଇକୋର୍ଟ। ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଅତିଥି ଶିକ୍ଷକ କାହିଁକି ନିଯୁକ୍ତି କରୁଛନ୍ତି ସେ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ। ଏ ନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ। ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ତଥ୍ୟ ଲୋଡିଲେ ହାଇକୋର୍ଟ। ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି।

Spread the love