ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କଲା ସାଇକ୍ଲୋନ ମୋନ୍ଥା, ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବ ନାହିଁ
ଭୁବନେଶ୍ୱର : ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହା କାକିନାଡ଼ା କି ମଛଲିପଟ୍ଟନମରେ ଲ୍ୟାଣ୍ଡଫଲ ନ କରି କାକିନାଡ଼ା ଠାରୁ ଦକ୍ଷିଣକୁ 24 କିଲୋମିଟର ଅମଲାପୁରମ ଠାରେ ଲ୍ୟାଣ୍ଡଫଲ କରିଛି । ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଯେତିକି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା ତାହା ହୋଇନାହିଁ । ପବନର ବେଗ ଲ୍ୟାଣ୍ଡଫଲ ସମୟରେ ଘଂଟାପ୍ରତି 90 ରୁ 100 କିଲୋମିଟର ରହିଛି ।
ସ୍ଥଳ ଭାଗ ଅତିକ୍ରମ କରିବାକୁ ଆହୁରି 2 ଘଣ୍ଟା ଲାଗିବ । ଲ୍ୟାଣ୍ଡଫଲ କରିବା ପରେ ଏହା କ୍ରମଶଃ ଦୁର୍ବଳ ହେବ । ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ତେଲଙ୍ଗାନା, ଦକ୍ଷିଣ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ବର୍ଷାର ସମ୍ଭାବନା ରହିଛି।
