ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ ଜାରି, ଅର୍ଥ କାରବାର ମାମଲାରେ ଚଢ଼ାଉ କରୁଛି ED

ଭୁବନେଶ୍ବର : ଭୁବନେଶ୍ବରରେ ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ । ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରୁଛି ED । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ ଭିଡିଓ ରଖି ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ଜାନୁଆରୀ ୨୦୨୩ରେ ଘର ଆଟାଚ କରିଥିଲା ED ।

ପ୍ରକାଶଯୋଗ୍ୟ, ଅର୍ଚ୍ଚନା ନାଗ ଭୁବନେଶ୍ୱରର ଏକ ସେକ୍ସଟର୍ସନ୍ /ହନିଟ୍ରାପ୍ ରାକେଟ୍ ଚାଲାଇଥିବା ଅଭିଯୋଗରେ 2022ରେ ଗିରଫ ହୋଇଥିଲେ । ତାଙ୍କ ନାମରେ ଅଭିଯୋଗ କରାଯାଇଛି ଯେ, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସୃଷ୍ଟି କରି, ଗୁପ୍ତ ଭିଡିଓ/ଫଟୋ ଧାରଣ କରି, ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ।

ଇ.ଡି. (Enforcement Directorate) ଏହାକୁ Prevention of Money Laundering Act (PMLA) ଅନୁସାରେ ଧନଶୋଧନ (ମନି ଲଣ୍ଡରିଂ) ମାମଲାରୁପେ ତଦନ୍ତ କରୁଛି । ୬ ଅକ୍ଟୋବର 2022 ଭୁବନେଶ୍ୱର khandagiri ଥାନାରେ ମାମଲା ହେବା ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ୨୦ ଅକ୍ଟୋବର 2022 ରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୭ ଅକ୍ଟୋବର 2022 ରେ ଓଡ଼ିଶା ପୁଲିସ୍ ରୁ ଏଫ୍ ଆଇଆର୍ ପାଇ ପରେ ଇ.ଡି. ଆର୍ଥିକ ତଥ୍ୟ ଓ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା । ୬ ଡିସେମ୍ବର 2022 ରେ କୋର୍ଟ୍ ଇ.ଡି.କୁ 7 ଦିନର ରିମାଣ୍ଡ୍ ଦେଇଥିଲା। ଜାନୁଆରୀ 2023ରେ ଇ.ଡି. ପକ୍ଷରୁ ଅର୍ଚ୍ଚନାଙ୍କ 3.64 କୋଟି ଟଙ୍କାର ଘର ଓ କିଛି ଯାନବାହନ ଜବତ କରାଯାଇଥିଲା ।

Spread the love