ଅର୍ଚ୍ଚନା ନାଗଙ୍କ ବେଆଇନ୍‌ ସମ୍ପତ୍ତି ଠୁଳ ମାମଲା; ଇଡି ତଦନ୍ତ ଦାବି କଲା ଭାରତୀୟ ବିକାଶ ପରିଷଦ

କଟକ ୧୪/୧୦: ଅର୍ଚ୍ଚନାଙ୍କ ପାଖରେ ଠୁଳ ହୋଇଥିବା ସମସ୍ତ ସମ୍ପତ୍ତି ବେଆଇନ। ଏହି ବେଆଇନ ସମ୍ପତ୍ତି କେଉଁଠୁ ଆସିଲା ତାହା ଜାଣିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁ ବୋଲି ଭାରତୀୟ ବିକାଶ ପରିଷଦ ଦାବି କରିଛି। ଏହାଛଡ଼ା ବେଆଇନ ଭାବେ ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରାଯାଉ ବୋଲି ଅନୁରୋଧ କରି ପରିଷଦ ପକ୍ଷରୁ ଶୁକ୍ରବାର ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଅର୍ଚ୍ଚନାଙ୍କ ସହ ଯେଉଁ ବ୍ୟକ୍ତିମାନେ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଆବେଦନାକାରୀ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ଦାୟର ମାମଲାରେ କେନ୍ଦ୍ରସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ଥାନାଧିକାରୀ ଏବଂ ନୟାପଲ୍ଲୀ ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

Spread the love