ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ପୁରୀ ମେଡିକାଲରେ ୧୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି ।  ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ରହିବେ । ରଥଯାତ୍ରା ଦ୍ବିତୀୟ ସମନ୍ବୟ କମିଟି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।

ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟାରେ ପୁରୀ ପୌରସଦନରେ ବସିବ ବୈଠକ ।  ଏଥିରେ ବିଭାଗୀୟ ଅଧିକାରୀ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ ।

ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଆଇନ ବ୍ୟବସ୍ଥା ଓ ରଥଯାତ୍ରା ବ୍ୟବସ୍ଥା ନେଇ ଆଲୋଚନା ହେବ ।  ବୈଠକରେ ଜିଲ୍ଲାପାଳ, ଏସପି, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *