ଆଇଏଏସ୍‌ ସ୍ତରରେ ଅଦଳବଦଳ, ବଦଳିଲେ ସମ୍ୱଲପୁର ଜିଲ୍ଲାପାଳ, ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଦ୍ୱାୟିତ୍ୱ

ଭୁବନେଶ୍ୱର, ୦୩/୦୧: ରାଜ୍ୟରେ ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ସମ୍ୱଲପୁର ଜିଲ୍ଲାପାଳ ଥିବା ଆଇଏଏସ୍‌ ଶୁଭମ୍‌ ସକ୍ସେନାଙ୍କୁ ବଦଳି କରାଯାଇଛି । ସମ୍ୱଲପୁର ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଏବେ ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ମହାନଗର ନିଗମର କମିଶନର ଭାବେ କାର୍ଯ୍ୟରତ । ଶୁଭମ୍‌ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଭାବେ ଶୁଭଙ୍କର ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି ।

Spread the love