ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ଟ ୱାକର ପୁରସ୍କାର
ନୂଆଦିଲ୍ଲୀ : ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ସମ୍ମାନ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ଟ ୱାକର ସମ୍ମାନ ପ୍ରଦାନ କରାଯାଇଛି । ପାଣିପାଗ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ସୋସାଇଟି ଆଇଏମଏସ ତରଫରୁ ଏହି ପୁରସ୍କାର ଦିଆଯାଇଛି ।
ପାଣିପାଗ ଉପରେ ଗବେଷଣା ଏବଂ ସୂଚନା ଏହା ସହିତ ବାତ୍ୟା ଓ ମୌସୁମୀ ଜନିତ ଲଘୁଚାପ ନେଇ ସଠିକ୍ ଆକଳନ ପାଇଁ କ୍ଷେତ୍ରରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମିତ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରାଜ୍ୟର ନାମକୁ ଗୌରବାନ୍ବିତ କରିଛନ୍ତି । ତାଙ୍କ ନେତୃତ୍ୱରେ ୨୦୦୭ରୁ ବାତ୍ୟା ସତର୍କତା ସମ୍ପର୍କରେ ବହୁତ ଉନ୍ନତି ପରିବର୍ତ୍ତନ ଆସିଛି ।
