ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆସ୍ୱସ୍ତି, ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ହାଇକୋର୍ଟରୁ ଆଗୁଆ ଜାମିନ

କଟକ : ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଆସ୍ୱସ୍ତି ।  ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ଓଡିଶା ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି ।  ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିବା ପରେ ନିଶା ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରିବାର ଆଶା ଉଜ୍ଜ୍ୱଳ ହୋଇ।ବାଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ରୁଜ୍ଜୁ ହୋଇଥିଲା ମାମଲା ।

ବଲାଙ୍ଗୀର ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକଙ୍କୁ ଗିରଫ କରିଥିଲା ।  ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା ।  ୨୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।  ଏହା ସହିତ ନିଶା ମହାରଣା ବଲାଙ୍ଗୀର କୋର୍ଟରେ ହାଜର  ହେବେ ବୋଲି ନିର୍ଦ୍ଦେଶ ରହିଛି ।

Spread the love