ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ

ଗତକାଲିଠୁ ଜୋରଦାର ଚେକିଂ ଆରମ୍ଭ କରିଛି ପୋଲିସ । କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ଗୁଡିକ ଉପରେ କମିଶନରେଟ ପୋଲିସ କଡା ନଜର ରଖିଛି । ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି ।

ଏଥିପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରର ସମସ୍ତ ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଡା ଚେତାବନୀ ଶୁଣାଇ ଦେଇଛନ୍ତି ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରନ୍ତୁ । ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ । ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ

Spread the love