ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପ୍ରଦର୍ଶନ ପରେ ଆସିଲା ବିରାଟ କୋହଲିଙ୍କ ପ୍ରତିକ୍ରିୟା

ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିଥିବା ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି ଆଜିଙ୍କ୍ୟ ରାହାଣେ। ରାହାଣେଙ୍କ ଅଧିନାୟକତ୍ଵ ଇନିଂସ ବଳରେ ବକ୍ସିଂ ଡେ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ରାହାଣେଙ୍କ ଅପରାଜିତ ଶତକ ବଳରେ ଭାରତ ଦ୍ଵିତୀୟ ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍  ହରାଇ ୨୭୭ ରନ କରି ଘରୋଇ ଦଳଠୁ ୮୨ ରନର ଅଗ୍ରଣୀ ହାସଲ କରିଛି।

ଦଳର ଦମଦାର ପ୍ରଦର୍ଶନ ଏବଂ ରାହାଣେଙ୍କ ଶତକ ଉପରେ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋହଲି କହିଛନ୍ତି ଆମ ପାଇଁ ଆଉ ଏକ ଚମତ୍କାର ଦିନ। ଉଚିତ୍ ଟେଷ୍ଟ କ୍ରିକେଟ୍ ନିଜର ସର୍ବଶ୍ରେଷ୍ଠ ରୂପରେ ରହିଛି। ଜିଙ୍କ୍ସ(ଆଜିଙ୍କ୍ୟ ରାହାଣେ)ଙ୍କ ଶ୍ରେଷ୍ଠ ଇନିଂସ।

Spread the love