ଆଜିଠାରୁ ବିଧାୟକଙ୍କ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜିଠୁ ନୂଆ ବିଧାୟକଙ୍କ ୨ ଦିନିଆ ପ୍ରଶିକ୍ଷଣ ଶିବିର । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ବିଜେଡି ଓ କଂଗ୍ରେସ ବିଧାୟକ ମାନେ ସାମିଲ ହେବେ ନାହିଁ । ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ପାଇଁ ଆୟୋଜନ ହୋଇଥିବା ବ୍ୟବସ୍ଥା ଯୋଗୁ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ପଦର ଗାରିମା ନଷ୍ଟ ହେଉଛି ।

ସେଥିପାଇଁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରୁ ବିଜେଡି ଦୁରେଇ ରହିବ ବୋଲି ବାଚସ୍ପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଲେଖିଥିବା ଚିଠିରେ କହିଛନ୍ତି । ବିଧାନସଭା ରାଜ୍ୟବାସୀଙ୍କ ପ୍ରତିିନିଧିତ୍ବକୁ ପ୍ରଦର୍ଶନ କରୁଥିବା ବେଳେ ଏହାର ଗାରିମା ରକ୍ଷା କରିବା ଆରମ କର୍ତ୍ତବ୍ୟ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଉଲ୍ଲେଖ କରିଛନ୍ତି । ବିଧାନସଭାରୁ ନିର୍ବାଚିତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ବିଧାନସଭା ଗରିମାର ବିରୋଧୀ ବୋଲି ସେ ଦର୍ଶାଇଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ପଦର ଗାରିମାକୁ କ୍ଷୁର୍ଣ୍ଣ କରୁଛି ବୋଲି ବିଜେଡି କହିଛି । ପ୍ରଶିକ୍ଷଣ ଶିବିରକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ ଭଳି କରାଯାଉଥିବାରୁ ଏଥିରେ କଂଗ୍ରେସ ବିଧାୟକ ସାମିଲ ହେବେନାହିଁ ବୋଲି ଦଳ କହିଛି ।

Spread the love