ଆଜିଠୁ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ, ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ

ବ୍ରହ୍ମଗିରି : ଆଜିଠୁ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ ।  ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଲାଇନରେ ଯାଇ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିରରେ ବର୍ଷସାରା ଦର୍ଶନ କଲେ ଯେଉଁ ଫଳପ୍ରାପ୍ତି ହୋଇଥାଏ ଅନବସରରେ ମହାପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଥର ଦର୍ଶନ କଲେ ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଆଜି ଭୋର ୪ଟାରୁ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତି, ଅବକାଶ ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଓ ଗୋପାଳ ବଲ୍ଲଭ ଉଠିବା ପରେ ଦର୍ଶନ ଚାଲିଛି। ମଧ୍ୟାହ୍ନ ୧୨ଟାରେ ସକାଳଧୂପ ହେବ । ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୂପ ନୀତି ପରେ ସାଢେ ୨ଟାରେ ପହଡ ପଡିବ। ପରେ ପୁଣି ୨ଟା ୪୫ରୁ ସର୍ବସାଧାରଣ ଦର୍ଶନ ହେବ ।  ଅପରାହ୍ନ ୪ଟାରେ ଭଅଣ୍ଡ ଉଠିବା ପରେ ସାଢ଼େ ୪ଟାରୁ ସର୍ବସାଧାରଣ ଦର୍ଶନ ହେବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ ଓ ମଇଲମ ନୀତି ପରେ ସାଢେ ୭ଟାରେ ପୁଣି ଦର୍ଶନ ହେବ ।  ରାତି ୧୦ଟାରେ ସନ୍ଧ୍ୟାଧୂପ ନୀତି ବଢିବ। ପରେ ରାତି ୧୧ଟାରେ ବଡ଼ସିଂହାର ବେଶ ଧୂପନୀତି କରାଯିବ । ରାତି ୧୨ଟାରେ ପହଡ ନୀତି କରାଯିବ। ……

Spread the love