ଆଜିଠୁ ଭୁନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାରୁ UAE ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ଭୁନେଶ୍ୱରରୁ ଆବୁ ଧାବି ଉଡ଼ିଲା ସିଧାସଳଖ ବିମାନ । ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ 9.35 ସମୟରେ ବିମାନ ଉଡାଣ ଭରିଥିଲା । ଯୋଗାଯୋଗ ସମ୍ପର୍କ ସମେତ ବ୍ୟବସାୟିକ ସମ୍ପର୍କ ଆଶା ବଢିଛି । ୟୁନାଇଟେଡ଼ ଷ୍ଟେଟସ ଅଫ ଏମିରେଟସ ସହ ସିଧାସଳଖ ବିମାନ ସେବା ଯୋଡି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।