ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 20 ଟନ୍‌ ବାଲିରେ 12ଫୁଟ୍‌ ଉଚ୍ଚତାର ଏହି ବାଲୁକା କଳାରେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି ଶିଳ୍ପୀ ମାନସ ସାହୁ। ସେ ତାଙ୍କ ବାଲୁକା କଳା ମାଧ୍ୟମ ଅତି ନିଖୁଣ ଭାବେ ଦେଖାଇଛନ୍ତି ଯେ, ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ। ସେ ସାହସୀ ଓ ପରାକ୍ରମୀ। ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରିପାରିଛି। ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସେ ପୁରୁଷଙ୍କ ସହ ସମକକ୍ଷ ହୋଇ ପାରିଛି।

Spread the love