ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ବିତୀୟବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବ। ଦିନ ସାଢେ ଗୋଟାଏରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ।କ୍ୟାବିନେଟରେ ସ୍ବାସ୍ଥ୍ୟ, ଶ୍ରମ, ଅର୍ଥ, କୃଷି, ଶିଳ୍ପ, ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ପର୍ଯ୍ୟଟନ ବିଭାଗ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ ।କରୋନା ମୁକାବିଲା ଓ ପ୍ରବାସୀଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଜିର କ୍ୟାବିନେଟର ବହୁ ଗୁରୁତ୍ବ ରହିଛି ବୋଲି କୁହାଯାଉଛି ।

Spread the love