ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ, ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ସବୁ ସ୍ବାଭାବିକ
ଭୁବନେଶ୍ବର: ଆଜି ଭକ୍ତ ପାଇବେ ଲିଙ୍ଗରାଜଙ୍କ ମହାପ୍ରସାଦ । ଗୋଟେ ଦିନର ଉପବାସ ପରେ ଆଜି ଲିଙ୍ଗରାଜଙ୍କ ପାଖରେ ଲାଗୁ ହେବ ମହାପ୍ରସାଦ । ହବିଶିଆଳି ପାଇପାରିବେ ଲିଙ୍ଗରାଜଙ୍କ ଅଭଡ଼ା । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ମନ୍ଦିରକୁ ଆସି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ଟ୍ରଷ୍ଟି ସୁର ରାଉତରାୟ । ଏଥିପାଇଁ ପ୍ରଶାସନ ସଜାଗ ରହିବା ଦରକାର ବୋଲି ସେ କହିଛନ୍ତି ।
ସେଭଳି ଆଜି ସମୟ ଅନୁଯାୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ସକାଳୁ ଦ୍ଵାରା ଫିଟା ନୀତି, ଦ୍ଵାରପାଳ ପୂଜା ସହ ମଙ୍ଗଳ ଆଳତୀ, ଅବକାଶ ନୀତି, ମାଘ ସ୍ନାନ ଆଦି ସରିଛି । ବର୍ତମାନ ମନ୍ଦିର ବେଢାରେ ଆରମ୍ଭ ହୋଇଛି କୋଠ ଭୋଗ ପ୍ରକ୍ରିୟା । ଆଜି ସମର୍ଥା ସେବାୟତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।
