ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ
ଭୁବନେଶ୍ବର: ଓଡ଼ିଶାର ୪ ରାଜ୍ୟସଭା ଆସନର ଆଜି ପ୍ରାର୍ଥୀମାନେ ଭରିବେ ନାମାଙ୍କନ । ୪ ଆସନ ପାଇଁ ନାମାଙ୍କନ କରିବେ ୫ ପ୍ରାର୍ଥୀ । ଆଜି ଶେଷ ଦିନରେ ପ୍ରାର୍ଥିମାନେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ବିଜେପି ।
ବିଜେଡିର ନିଶ୍ଚିତ ବିଜୟ ଆସନରେ ସଂତୃପ୍ତ ମିଶ୍ର ଓ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । ଡାକ୍ତର ହୋତାଙ୍କୁ କଂଗ୍ରେସର ସମର୍ଥନ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରିଛି ବିଜେପି । ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ରୋଚକ ଲଢେଇର ଆଶା ରହିଛି । ଆଜିର ନାମାଙ୍କନରେ କିଏ କାହା ପାଇଁ ହେବ ପ୍ରସ୍ତାବକ ସେଥିରୁ ପ୍ରାୟତଃ ସ୍ପଷ୍ଟ ଚିତ୍ର ମିଳିବ ।
