ଆଜି ଶଙ୍ଖ ଭବନରେ ବିଜେଡିର କର୍ମକର୍ତ୍ତା ସମ୍ମିଳନୀ

ଭୁବନେଶ୍ୱର : ଆଜି ବିଜେଡିର କର୍ମକର୍ତ୍ତା ସମ୍ମିଳନୀ । ଦିନ ୧୧ଟାରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ରହିବେ। ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷକରି ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ବିଫଳତା ପ୍ରମୁଖ ବିଷୟ ହେବ । ଚୂଡ଼ାନ୍ତ ହେବ ଦଳର କାଉଣ୍ଟର ନୀତି ।

ରାଜ୍ୟ ସରକାରଙ୍କ ଭତ୍ତା ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅନାହାର ମୃତ୍ୟୁ, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତ୍ୟୁ, ବାଟବଣା ତଦନ୍ତ ରିପୋର୍ଟ ପରି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ବୈଠକରେ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ ।

Spread the love