ଆପଣ କ’ଣ ପ୍ରତି କଥାରେ ଆପଣଙ୍କ ପିଲା ଉପରକୁ ହାତ ଉଠାଉଛନ୍ତି କି ? ତେବେ ପିଲା ଉପରେ ପଡିଥାଏ ଏଭଳି ପ୍ରଭାବ

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନ ଭିତର ନିଜର ପରିବାର ସହିତ କିଛି ସମୟ ବିତାଇବାକୁ ମଧ୍ୟ ସମୟ ପାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଲୋକେ ନିଜର ପିଲା ମାନଙ୍କ ସହିତ ମଧ୍ୟ ଆବଶ୍ୟକ ସମୟ ବିତାଇ ପାରୁ ନାହାନ୍ତି । ସପ୍ତାହ ଶେଷରେ କିମ୍ବା ଛୁଟି ସମୟରେ ଯଦି ସେମାନେ ନିଜ ପରିବାର ସହିତ ସମୟ ବିତାଇବାକୁ ଚଷ୍ଟା କରୁଛନ୍ତି।

ଏପରିସ୍ଥିତିରେ ପିଲାଟି ସପ୍ତାହ କିମ୍ବା ମାସମାସ ଧରି ସାଇତି ରଖିଥିବା ନିଜର ଇଚ୍ଛା ଏବଂ ଭାବନାକୁ ଅଭିଭାବକ ମାନଙ୍କ ପାଖରେ ଅଜାଡି ପକାଇଥାଏ।

କିଛି ଅଭିଭାବକ ନିଜ ପିଲାର ଭାବନାକୁ ବୁଝିବାକୁ ଏବଂ ତାର ଇଚ୍ଛାକୁ ପୁରଣ କରିବାକୁ ଚେଷ୍ଟା କରିଥିବା ବେଳେ ଆଉ କିଛି ସେମାନଙ୍କର ପିଲାମାନଙ୍କ କଥାକୁ ନଜର ଦିଅନ୍ତି ନାହିଁ କିମ୍ବା ବିରକ୍ତି ପ୍ରକାଶ କରନ୍ତି । ଏପରିକି କିଛି ଆଭିଭାବକ ପିଲାମାନଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥାନ୍ତି । ଯାହା ସମ୍ପର୍ଣ୍ଣ ଭାବରେ ଭୁଲ୍ ଅଟେ । ଏହା ଦ୍ୱାରା ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପଡିଥାଏ । ଏହା ଆଗକୁ ଯାଇ ଆଭିଭାବକ ଏବଂ ପିଲାମାନଙ୍କ ସମ୍ପର୍କରେ ପ୍ରଭାବ ପକାଇଥାଏ । କିଶୋର ବୟସରେ ପିଲାମାନଙ୍କ ଚଗଲାମି କରିବା ସ୍ୱଭାବିକ ହୋଇଥାଏ । ଏଭଳି ପରିସ୍ଥିତିରେ ଆଭିବାବକ ଚିନ୍ତାରେ ପଡିଥାନ୍ତି ଏବଂ ଶେଷରେ ପିଲାକୁ ମାଡ଼ ମାରିବା ଶ୍ରେୟ ମଣିଥାନ୍ତି । ଏପରି ବାରମ୍ବାର କରିବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

ପିଲାମାନଙ୍କ ସହିତ ଏପରି କରିବା ଦ୍ୱାରା ସେମାନେ ମଧ୍ୟ ଏଥିରୁ ଭୁଲ୍ ଶିକ୍ଷା ଗ୍ରହଣ କରିଥାନ୍ତି । ପରେ ସେମାନେ ନିଜଠୁ ସାନମାନଙ୍କ ସହିତ ଏହିପରି ବ୍ୟବହାର କରିଥାନ୍ତି । ଏହିପରି ପିଲାମାନଙ୍କ ସହିତ ଯଦି ଆଭିଭାବକମାନେ ଛୋଟଛୋଟ କଥାରେ ମାରପିଟ କରନ୍ତି ତେବେ ପିଲାଟି ନିଜର ବାପା ମାଆଙ୍କୁ ମଧ୍ୟ ଡରିବାକୁ ଲାଗେ । ଏହା ଦ୍ୱାରା ସେ ନିଜକୁ ଛୋଟ ଭାବିବାକୁ ଲାଗିଥାଏ । ଯାହା ପଳରେ ସେ କୌଣସି ଭୁଲ ପଦକ୍ଷେପ ମଧ୍ୟ ନେଇ ପାରେ । ଅଥବା ବାପା ମାଆଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥାଏ ।

Spread the love