ଆମ ବସ୍ ଭିତରେ ପଶି ହାଣିଲା ଦୁର୍ବୃତ୍ତ, ଯାତ୍ରୀଙ୍କ ପାଲଟା ଆକ୍ରମଣରେ ଦୁର୍ବୃତ୍ତ ଗୁରୁତର
ପିପିଲି : ଆମ ବସ୍ ଭିତରେ ପଶି ହାଣିଲେ ଦୁବୃର୍ତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସ ଭିତରେ ପଶି ଆକ୍ରମଣ କଲା ଦୁର୍ବୃତ୍ତ । ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ। ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ଯାତ୍ରୀ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପରେ ଯାତ୍ରୀଙ୍କ ଆକ୍ରମଣରେ ଦୁର୍ବୃତ୍ତ ଗୁରୁତର ହୋଇଛି । ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ କରୁଛି କଣାସ ପୋଲିସ । ଶକୁଳ ଗାଁର ଭରତ ଭୋଇକୁ ଅଟକ ରଖାଯାଇଛି ।
