ଆରଡି ଆଖଣ୍ଡଳମଣୀ ପୀଠ ବୁଲି ଦେଖିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍

ବିଜେଡି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳଣମଣୀ ପୀଠ ଗସ୍ତ କରି ପୀଠରେ ଜାରି ରହିଥିବା ଉନ୍ନତି ମୂଳକ କାମ ବୁଲି ଦେଖିଥିଲେ ।  ଏହି ସମୟରେ  ପୀଠର ସୁବିଧା ଓ ଅସୁବିଧା ସମ୍ବଦ୍ଧରେ ସ୍ଥାନୀୟ ସେବାୟତଙ୍କ ସହ ଆଲୋଚନା କରି ଫେରିଛନ୍ତି । ସେବାୟତମାନେ ପୀଠରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିବାକୁ ଦାବି ରଖିଥିଲେ । ବିଜେଡି ସାଗଂଠନିକ ସମ୍ପାଦକ ଆରଡିରେ ପହଁଚିବା ପରେ ଚାନ୍ଦବାଲି ବିଧାୟକ , ଭଦ୍ରକ ବିଧାୟକ , ଭଦ୍ରକ ସାଂସଦ ସମେତ  ବିଜେଡିର ବହୁ ଛାମୁଆ ନେତୃତ୍ୱ ତାଙ୍କୁ ସ୍ୱାଗତ କରିଥିଲେ । ପରେ ଆଖଣ୍ଡଳମଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ବାବଙ୍କ ଆଶୀଷ ଲାଭ କରିଥିଲେ ।ପୀଠର ବିକାଶ ପାଇଁ ନିଜର ଦଳୀୟ ନେତାଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ପ୍ରଣବ । ତେବେ ପ୍ରଣବ ପ୍ରକାଶ ଦାସଙ୍କ ଆରଡି ଗ୍ରସ୍ତ ପରେ ପୀଠରେ ଖୁିବ ଶୀଘ୍ର ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ଆଶା ପ୍ରକଟ କରିଛନ୍ତି  ସେବାୟତମାନେ ।

Spread the love