ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା, ୩ ରୁ ୪ ଘଣ୍ଟା ଧରି ଚାଲିବ

ଆରମ୍ଭ ହେଲା ସିଭିୟର ସାଇକ୍ଲୋନ ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । କାକିନାଡ଼ା ନିକଟରେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ରହିଛି 90 ରୁ 100 କିମି । ଝଟକା ପବନର ଘଣ୍ଟା ପ୍ରତି ବେଗ ରହିଛି 110 କିମି । ଘଣ୍ଟାକୁ ୧୫କିମି ବେଗରେ ଆଗକୁ ବଢୁଛି ବାତ୍ୟା । ମଚ୍ଛଲିପଟ୍ଟନମ ଠାରୁ ୫୦ କିମି ଦୂରରେ ରହିଛି ମୋନ୍ଥା । ଲ୍ୟାଣ୍ଡଫଲ ସହ ମୋନ୍ଥା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଗତି କରି ଏହା କ୍ରମେ ଦୁର୍ବଳ ହେବ ।

Spread the love