ଆସନ୍ତା ୧୩ରେ କଟକ ବନ୍ଦ ଡାକରା

କଟକ ୯।୯: ଆସନ୍ତା୧୩ ତାରିଖରେ କଟକ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ବିଜେପି ପକ୍ଷରୁ ସହରରେ ବାଇକ୍ ଶୋଭାଯାତ୍ରା କରାଯାଇଛି। ସହରରେ ସ୍ବାଭାବିକ ଉଚ୍ଚତାର ଦୁର୍ଗା ମୂର୍ତ୍ତି ଓ ଖୋଲା ମଣ୍ଡପରେ ପୂଜା ପାଇଁ ଅନୁମତି ଦେବା ଦାବିରେ କଟକ ନଗର ବିଜେପି ପକ୍ଷରୁ ଆସନ୍ତା ୧୩ ତାରିଖ କଟକ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ସରକାର ଜାଣିଶୁଣି ଏ ବାବଦରେ ନିଷ୍ପତ୍ତି ନେବାରେ କାଳ କ୍ଷେପଣ ନୀତି ଅବଲମ୍ବନ କରୁଥିବା ବିଜେପି ଅଭିଯୋଗ କରିଛି । ବିଜେପି ସ୍ପଷ୍ଟ କରିଛି ଯେ, ପୂଜା ସମୟରେ କରୋନା ସଂକ୍ରମଣକୁ ଆଖିରେ ରଖି ମଣ୍ଡପର ଦର୍ଶନ ବାବଦରେ ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ବିଜେପିର କୌଣସି ଆପତ୍ତି ନାହିଁ। ମାତ୍ର ମୂର୍ତ୍ତି ତିଆରି ଓ ଆବଦ୍ଧ ମଣ୍ଡପ ଭଳି କଟକଣା ଲାଗୁ କରାନଯାଉ।

Spread the love