ଆସିଲା ପୁରୀ ଦଳାଚକଟା ତଦନ୍ତ ରିପୋର୍ଟ, ମୁଖ୍ୟମନ୍ତ୍ରୀ ଦେଇଥିଲେ ତଦନ୍ତ ନିର୍ଦ୍ଦେଶ
ପୁରୀ : ଆସିଲା ପୁରୀ ଦଳାଚକଟା ତଦନ୍ତ ରିପୋର୍ଟ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଜୁନ 29 ତାରିଖରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିଲା ଦଳାଚକଟା ମୃତ୍ୟୁ । ଏଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଜୁନ 30 ତାରିଖରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏ ମାମଲାରେ 67 ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିଥିଲେ ଉନ୍ନୟନ କମିଶନର ।
