ଆସିଲା ମାଳମାଳ ଅଭିଯୋଗ ; ଶୁଣି ତାଜୁବ ହେଲେ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ବିରୋଧରେ ମାଳମାଳ ଅଭିଯୋଗ ଶୁଣି ତାଜୁବ ରାଜସ୍ୱ ମନ୍ତ୍ରୀ । ଆଜି ରାଜସ୍ୱମନ୍ତ୍ରୀ ନିଶ୍ଚିନ୍ତକୋଇଲି ବ୍ଲକ ଗସ୍ତ ସମୟରେ ଅନେକ ଲୋକ ଯିବା ବାଟରେ ତାଙ୍କୁ ଭେଟି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଅନିୟମିତତା ଓ ଜନସାଧାରଣଙ୍କୁ ତ୍ୱରିତ ସେବା ଦେବା ପରିବର୍ତ୍ତେ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଏବଂ ବିଭିନ୍ନ ସରକାରୀ ଜମି ସଂରକ୍ଷଣ ଆଳରେ ମିଥ୍ୟା କାଗଜପତ୍ର ଦର୍ଶାଇ ତାର ଜାଲି ବାଡ଼ ଦେବା ବାବଦରେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ତୋସାରପାତ କରିଥିବା ଅଭିଯୋଗ କରିଥିଲେ । ସେହିପରି ନିଶ୍ଚିନ୍ତକୋଇଲି ତହସିଲଦାର ତହସିଲ କ୍ଵାଟରରେ ନ ରହି ଭୁବନେଶ୍ୱରରୁ ଯିବା ଆସିବା କରିବା ସହିତ ବ୍ୟକ୍ତିଗତ କାମରେ ସରକାରୀ ଗାଡି ବ୍ୟବହାର କରୁଥିବା ଲୋକ ଅଭିଯୋଗ କରିଛନ୍ତି । ଜମି ପଟାର ମ୍ୟୁଟେସନ କରିବାରେ ତହସିଲଦାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଲୋକ । ରାଜସ୍ବ ମନ୍ତ୍ରୀ କହିଛନ୍ତି ଲିଖିତ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Spread the love