ଇସ୍ରାଏଲ–ଗାଜା ସଂଘର୍ଷ: ଶାନ୍ତି ଲାଗି ଅନ୍ତର୍ଜାତୀୟ ଉଦ୍ୟମକୁ ଅଗ୍ରାହ୍ୟ କଲେ ନେତାନ୍ୟହୁ, କହିଲେ ଜାରି ରହିବ ଆକ୍ରମଣ

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଶାନ୍ତି ଲାଗି ଅନ୍ତର୍ଜାତୀୟ ଉଦ୍ୟମକୁ ଧକ୍କା। ଇସ୍ରାଏଲ ପ୍ରଧାନମନ୍ତ୍ରୀ  ବେଞ୍ଜାମିନ ନେତାନ୍ୟହୁ ପାଲେଷ୍ଟାଇନ ବିରୋଧରେ ଜାରି ସୈନ୍ୟ ଅଭିଯାନ ପୂର୍ଣ୍ଣ ସାମର୍ଥ୍ୟର ସହ ଅବ୍ୟହତ ରହିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମର କାର୍ଯ୍ୟାନୁଷ୍ଠାନ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଇସ୍ରାଏଲର ନାଗରିକଙ୍କ ଲାଗି ପୂର୍ଣ୍ଣ ଶାନ୍ତି ସୁନିଶ୍ଚିତ କରା ନଯାଇଛି ।

ଉପୁଜିଥିବା ପରିସ୍ଥିତିରେ ରବିବାର ଇସ୍ରାଏଲ ସୁରକ୍ଷା କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ନେତାନ୍ୟହୁ ଇସ୍ରାଏଲ ତାର ଆକ୍ରମଣକାରୀକୁ ପାନେ ନ ଚଖାଇବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି କହିଛନ୍ତି। ବୈଠକ ପରେ ନେତାନ୍ୟହୁ ମଧ୍ୟାହ୍ନରେ ଗଣମାଧ୍ୟମକୁ ଭେଟିଥିଲେ। ଏଥିରେ ଆମେରିକାର ସମର୍ଥନ ଲାଗି ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରସଙ୍ଗ ଏବେ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଚାପ ସୃଷ୍ଟି କରିଛି। ତଥାପି ଇସ୍ରାଏଲ ସପକ୍ଷରେ ତାଙ୍କର ନିଷ୍ପତିକୁ ସ୍ୱାଗତ କରୁଥିବା ନେତାନ୍ୟହୁ କହିଛନ୍ତି।

ଏବେ ତେଲଆଭିବ ପହଞ୍ଚିଥିବା ଆମେରିକୀୟ ଦୂତ ହୈଦୀ ଅମ୍ର ଇସ୍ରାଏଲ ନେତାଙ୍କ ସମେତ ଆରବ ଇସ୍ରାଏଲ ନେତା ଓ ଅଧିକାରୀଙ୍କୁ ଭେଟିଛନ୍ତି। ଆମେରିକା ମଧ୍ୟ ଇସ୍ରାଏଲ ଭଳି ହମାସକୁ ଆତଙ୍କବାଦ ସଙ୍ଗଠନ ଭାବୁଛି। ଏଣୁ ସେ ଏଠାରେ ପାଲେଷ୍ଟେନିୟ ନେତାଙ୍କୁ ଭେଟି ନପାରନ୍ତି ବୋଲି ଅନୁମାନ କରାଯାଉଛି।

Spread the love