ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ, ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର : ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ।  ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି ।  ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । ଏବେ ଇ-କେୱାଇସି ପ୍ରକ୍ରିୟାକୁ କେନ୍ଦ୍ର ସରକାରବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି ।  ଏବେ ଆଉ ସମୟ ନାହିଁ ।  ଏବେବି କେଓ୍ୱାଇସି କରିନଥିବା ଲୋକଙ୍କ ଚାଉଳ ପଠାଯାଉଛି ।  ତାକୁ ଖୁବଶୀଘ୍ର ବନ୍ଦ କରିଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ ।  ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ ।  ଯଦି କିଏ ବାଦ୍‌ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ ।

Spread the love