ଉଚ୍ଚ ଶିକ୍ଷା ବିଭାଗ ଓ IT ବିଭାଗର ପଦକ୍ଷେପ, ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନରେ ୭ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ IT ବିଭାଗର ପଦକ୍ଷେପ। ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନରେ ୫ ବର୍ଷ ମଧ୍ୟରେ ୭ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ । Building an Intergrated Global Faincial Technology Capability hub in odisha କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯିବ। ସିଙ୍ଗାପୁରର GFTN ନାମକ ଶିକ୍ଷାନୁଷ୍ଠାନର ସହାୟତାରେ ଶିକ୍ଷା ଦିଆଯିବ। ଏହି ଶିକ୍ଷା ପାଇ ଓଡ଼ିଆ ଛାତ୍ରଛାତ୍ରୀମାନେ ବିଭିନ୍ନ ଆର୍ଥିକ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ। ଏନେଇ ଆସନ୍ତା ମାସ ଅଗଷ୍ଟ ୫ତାରିଖ ରେ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

୮ତାରିଖରେ ପରୀକ୍ଷା ହେବା। ୧୮ଅଗଷ୍ଟରେ ରେଜଲ୍ଟ ପ୍ରକାଶ ପାଇବ । ୩୦ଜିଲ୍ଲାର ୧୦୦ କଲେଜର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ସେମାନଙ୍କ ମଧ୍ୟରେ ୩୭୫ପିଲାଙ୍କୁ ବଛାଯିବ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ୩୭୫ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ। ଡିସେମ୍ବର ୮ ରୁ ଜାନୁଆରୀ ୫ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ ହେବ। ଏ ବାବଦରେ ୮୨ ହଜାର ଟଙ୍କା ରାଜ୍ୟ ସରକାର ପ୍ରତି ପିଲା ପିଛା ଖର୍ଚ୍ଚ ବହନ କରିବେ। ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଭିନ୍ନ ସଂସ୍ଥା ସହ MOU କରିବ।

Spread the love