ସତ୍ୟସାଇ ସଂଗଠନର ରାଜ୍ୟ ସମ୍ମିଳନୀରେ ମାନସ ମନ୍ଥନ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) : ବିଜୁ ମଇଦାନରେ ଅନୁଷ୍ଠିତ ସତ୍ୟସାଇ ସଂଗଠନର ରାଜ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ସତ୍ୟସାଇ ବାବାଙ୍କର ପରମଭକ୍ତ ଶିକ୍ଷାବିତ୍ ପ୍ରଫେସର ଅନୀଲ କୁମାର ପୂଟପତ୍ତିରୁ ଆସି ଯୋଗଦାନ କରି ଅଛନ୍ତି ।  ତଳମୂଳ ପଞ୍ଚାୟତର ରଙ୍କାସିଂହା ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ “ଶ୍ରୀ ସତ୍ୟସାଇ ନିର୍ମଳ ଝର”କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପୂର୍ବାହ୍ନରେ ଅନୁଗୁଳର ବାଜିରାଉତ ଛାତ୍ରାବାସକୁ ଯାଇ ସେଠାରେ ଏକ ବୃକ୍ଷରୋପଣ କରି “ମହାତ୍ମାଗାନ୍ଧୀ ଉଦ୍ୟାନ” ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଗତ କାଲି ସନ୍ଧ୍ୟାରେ ରାଜ୍ୟ ସମ୍ମିଳନୀର ମୁଖ୍ୟ ବିଷୟ “ଏକୋଽହଂ ବହୁସ୍ୟାମ” ଉପରେ ଆଲୋଚନା ଏବଂ ମାନସ ମନ୍ଥନ ହୋଇଥିଲା । ଏଥିରେ ହରେକୃଷ୍ଣ ଦାଶ ଏବଂ ଫି.ଜଗନ୍ନାଥ ରାଓ ନିଜର ବକ୍ତବ୍ୟରେ “ଏକୋଽହଂ ବହୁସ୍ୟାମ” କୁ ବାଖ୍ୟା କରି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି ଉକ୍ତିକୁ ଉପନିଷଦରୁ ଉଦ୍ଧୃତ କରାଯାଇଅଛି ଏବଂ ଏହା ହିଁ ଭଗବାନଙ୍କର ବାଣୀ । ସୃଷ୍ଟିର ପୂର୍ବରୁ କେବଳ ଭଗବାନ ନଥିଲେ । ନିଜକୁ ଭଲ ପାଇବା ପାଇଁ ସେ ଏକ ବ୍ରହ୍ମରୁ ଅନେକ ପ୍ରାଣୀ ଜଗତ ସୃଷ୍ଟି କଲେ । ଆଦିମ ମଣିଷ ସମୟକ୍ରମେ ସଭ୍ୟ ମଣିଷରେ ପରିଣତ ହେଲା । ବେଦ ଉପନିଷଦ ପାଠ କରିବା ପରେ ଭଗବାନଙ୍କର ସନ୍ଧାନ ପାଇବା ପାଇଁ ବ୍ୟାକୁଳ ହେଲା । ଇଶ୍ୱର ସନ୍ଧାନୀ ମନୁଷ୍ୟକୁ ଗୀତାରେ ଶ୍ରୀକୃଷ୍ଣ ବୁଝାଇ କହିଛନ୍ତି “ଯେ ମୋ ଭିତରେ ଚରାଚର ଜଗତକୁ ଦେଖେ” ସେ ମୋ ପାଇଁ ଅଦୃଶ୍ୟ ହୁଏ ନାହିଁ କି ମୁଁ ତା ପାଇଁ ଅଦୃଶ୍ୟ ହୁଏ ନାହିଁ ଏବଂ ସେ ହିଁ ମୋର ଶ୍ରେଷ୍ଠ ଭକ୍ତ । ଅର୍ଥାତ୍ ସମସ୍ତ ଜୀବ ଜଗତକୁ ଭଗବାନଙ୍କ ଅଂଶ ଭାବି ପ୍ରେମ କଲେ ଇଶ୍ୱର ପ୍ରାପ୍ତିର ମାର୍ଗ ସହଜ ହୋଇଯିବ । ଇଶ୍ୱର ଅନେକ ନୁହେଁ ଏକ ଅଟନ୍ତି ଏହା ହିଁ ଧ୍ରୁବ ସତ୍ୟ ଅଟେ ।

ଏହି ସମ୍ମିଳନୀରେ ସଂଗଠନର ବୈଷୟିକ ପରିଚାଳନାର ମାର୍ଗ ଏବଂ ସଂଗଠନର ବିଭିନ୍ନ ନିୟମ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରାଯାଉଅଛି । ବାଳବିକାଶ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସମ୍ମିଳନୀର ସଭା ଗୃହକୁ ପ୍ରଶାନ୍ତିନିଳୟମ ସ୍ଥିତ ସତ୍ୟସାଇ ଆଶ୍ରମର “କୁଳବନ୍ତ ହଲ ଢାଞ୍ଜା”ରେ ସୁସଜ୍ଜିତ କରାଯାଇଅଛି ।

Spread the love