ଏନସିଇଆରଟି ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉଲ୍ଲେଖକୁ ନେଇ ଉଦବେଗ , ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ : ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କିତ କିଛି ଅଂଶ ଉପରେ ସୁପ୍ରିମକୋଟ ପ୍ରଧାନ ବିଚାରପତି ଗଭୀର ଉଦବେଗ ପ୍ରକାଶ କରିବା ସହିତ ଆପତ୍ତି ଉଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, କୈଣସି ସଂସ୍ଥାକୁ ବଦନାମ କି ଅପମାନିତ ହେବାକୁ ଦିଆଯିବନାହିଁ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ବିଜ୍ଞାନରେ ଏନସିଇଆରଟିର ଅଷ୍ଟମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ନେଇ ଉଲ୍ଲେଖ ଅଛି ।ଆଜି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଓ କପିଲ ସିବଲ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନ୍ୟାୟପାଳିକାରେ ଦୁର୍ନୀତି ବିଷୟ ପଢ଼ାଯାଉଥିବା ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଯିଏ ଯେତେ ବଡ଼ ହୋଇଥାନ୍ତୁ ନା କାହିଁକି, ଆଇନ ତା’ କାମ କରିବ । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନ ବିଚାପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।
