ଏପ୍ରିଲ ୩୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ଭଲ ପ୍ରଭାବ

୨୦୨୨ରେ ଦୁଇ ଦୁଇଟି ସୂର୍ଯ୍ୟ ପରାଗ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ରେ ହେବ। ଏହା ଆଂଶିକ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ଅକ୍ଟୋବର ୨୫ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ।  ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ମଧ୍ୟରାତ୍ରି ୧୨.୧୫ରୁ ଆରମ୍ଭ ହେବ ଏବଂ ମେ ୧ ସକାଳ ୪ଟା ୭ ପର୍ଯ୍ୟନ୍ତ ଚାଲିବ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗର ଅନେକ ମହତ୍ତ୍ୱ ରହିଛି। ଗ୍ରହ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ସୂର୍ଯ୍ୟ ହେଉଛନ୍ତି ସମସ୍ତ ଗ୍ରହମାନଙ୍କର ରାଜା, ପିତା ଏବଂ ଆତ୍ମାର କାରକ। ବିଶ୍ୱାସ କରାଯାଏ ଯେ, ଯେତେବେଳେ ସୂର୍ଯ୍ୟ ପରାଗ ହୁଏ ସେତେବେଳେ ସୂର୍ଯ୍ୟଙ୍କର ଶୁଭଫଳ କମିଯାଏ। ବିଭିନ୍ନ ରାଶି ଉପରେ ଏହାର ନକରାତ୍ମକ ପ୍ରଭାବ ବି ପଡ଼ିଥାଏ। କିନ୍ତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ବି ପଡ଼େ। ତେବେ ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟ ପରାଗର ୪ ଟି ରାଶି ଉପରେ ବେଶ ଭଲ ପ୍ରଭାବ ପଡ଼ୁଛି ।  ଆସନ୍ତୁ ଜାଣିବା ସେହି ୪ ରାଶି ବିଷୟରେ…

ବୃଷ: ଏହି ସୂର୍ଯ୍ୟ ପରାଗ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସରିଯିବ। ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ। ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ବି ଲାଭଦାୟୀ ହେବ। ସୂର୍ଯ୍ୟପରାଗ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିବ। ବୃଷ ରାଶି ଲୋକମାନେ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାୟକ ହେବ।

କର୍କଟ: ଏହି ସୂର୍ଯ୍ୟ ପରାଗ କର୍କଟ ରାଶି ପାଇଁ ମଧ୍ୟ ଶୁଭ ରହିଛି। ଆପଣ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ର ଏବଂ ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ଏହି ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢ଼ କରିପାରେ। ନିଜ ଯୋଗ୍ୟତାକୁ ବିଶ୍ୱାସ କରି ଆପଣ ଏହି ସୂର୍ଯ୍ୟପରାଗ ସମୟରେ କୌଣସି ବି ନୂଆ କାମ ଆରମ୍ଭ କରିପାରିବେ ବା ନୂଆ ଚ୍ୟାଲେଞ୍ଜ ନେଇପାରିବେ। ଏହି ସମୟରେ ଆପଣଙ୍କୁ କିଛି ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମଧ୍ୟ ମିଳିପାରେ।

ତୁଳା- ଏହି ସୂର୍ଯ୍ୟ ପରାଗ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ। କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି। ଚାକିରିରେ ଆପଣଙ୍କର ପଦୋନ୍ନତି ବି ହୋଇପାରେ। ସହଭାଗିତା କାର୍ଯ୍ୟରେ ବି ମୋଟା ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ ।

ଧନୁ- ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହେବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟ ପରାଗ ବେଶ ଭଲ।  ବିଦେଶରେ ଚାକିରି ସୁଯୋଗ ବି ମିଳିପାରେ। ସୂର୍ଯ୍ୟ ପରାଗ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ। ବ୍ୟବସାୟୀମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ ।  ବ୍ୟବସାୟରେ ଭଲ ଫଳ ମିଳିବ।

Spread the love