ଏପ୍ରିଲ 1ରୁ ପୁଣି କାଳିଆ ଟଙ୍କା

ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଗୁଡାରେ ପହଁଚିଛନ୍ତି । ବାଲିଗୁଡାରେ ଏକ ବିଶାଳ ଚାଷୀ ସମାବେଶକୁ ସଂବୋଧନ କରିବେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ବାଲିଗୁଡାରେ ହଜାର ହଜାର ଚାଷୀଙ୍କ ସମାବେଶ ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଅପ୍ରେଲ ୧ ତାରିଖରେ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଗ୍ରାମ ପଂଚାୟତରେ ପ୍ରଦର୍ଶିତ ହେବ କାଳିଆ ଯୋଜନାର ତୃତୀୟ ପର୍ଯ୍ୟାୟ ନାମ ତାଲିକା । କନ୍ଧମାଳ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଗରୀବ ଚାଷୀ ଓ ଗରୀବ ଲୋକଙ୍କ ସହ ମୁଁ ଅଛି । ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ଋଣ ମିଳୁଛି । ଜଣେ ବି ଯୋଗ୍ୟ ଚାଷୀ ଯେମିତି ତାଲିକାରୁ ବାଦ୍ ପଡିବେନି ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ସ୍ପଷ୍ଟ କରିଥିଲେ ।

Spread the love