ଏମତି ଭୋଜନ କଲେ କମ ବୟସରେ ହୋଇଥାଏ ଅକାଳ ମୃତ୍ୟୁ ! ଜାଣନ୍ତୁ ଭୋଜନର ନିୟମ !

ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇଛି। ଯଦି କୌଣସି ମନୁଷ୍ୟ ନୀତି ନିୟମର ପାଳନ କରି ଭୋଜନ କରିବ ତ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବର ପ୍ରାପ୍ତି କରିଥାଏ। ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ପଡିବ। ଏହିପ୍ରକାରର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଏ। ଆପଣ ମାନେ ବି ଭୋଜନ କରିବା ସମୟରେ ଏହି ନୀତି ନିୟମକୁ ଅବଶ୍ୟ ପାଳନ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ନୀତି ନିୟମ ବିଷୟରେ। ପ୍ରଥମ କଥା। ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନପୂର୍ଣ୍ଣା ମାଙ୍କ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ। ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ।

ପ୍ରଥମ କଥା। ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନପୂର୍ଣ୍ଣା ମାଙ୍କ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ। ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ।

ସର୍ବପ୍ରଥମେ ୩ ଟି ରୁଟି ଗୋଟିଏ ଗାଈ ପାଇଁ ଗୋଟିଏ କୁକୁର ପାଇଁ ଆଉ ଗୋଟିଏ କାଉ ପାଇଁ ଅଲଗା ତିଆରି କରିସାରି ଅଗ୍ନି ଦେବଙ୍କୁ ଭୋଗ ଲଗାଇ ସାରି ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ। ଭୋଜନ ଘରେ ବସି ସମସ୍ତେ କରନ୍ତୁ। ଚେଷ୍ଟା କରନ୍ତୁ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶି ବସିକି ଭୋଜନ କରିବା ପାଇଁ। ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ଭିତରେ ପ୍ରେମ ଏକତା ରହେନାହିଁ।

ଦ୍ୱିତୀୟ କଥା। ଭୋଜନ ସମୟ ସକାଳ ଏବଂ ସନ୍ଧ୍ୟା ସମୟ ଅଟେ। କାରଣ ପାଚନକ୍ରିୟାର ଜଟିଳ ଅଗ୍ନି ସୁର୍ଯ୍ୟ ଦେବଙ୍କ ଉଦୟର ୨ ଘଣ୍ଟା ପରେ ଏବଂ ସୁର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ। ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରିଥାଏ ସେ ଯୋଗୀ ଏବଂ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ଭୋଜନ କରିଥାଏ ତାକୁ ଭୋଗି ବୋଲି କୁହାଯାଏ।

ତୃତୀୟ କଥା। ଭୋଜନ କରିବାର ଦିଗ। ଭୋଜନ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି କରିବା ଉଚିତ। ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ଏହା ପ୍ରେତ ପ୍ରାପ୍ତ କରିଥାଏ। ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ରୋଗ ସୃଷ୍ଟି ହୋଇଥାଏ।

ଚତୁର୍ଥ କଥା। ଏହିପରି ଅବସ୍ଥାରେ ଭୋଜନ କରନ୍ତୁ ନାହିଁ। ଖଟ ଉପରେ ବସି ଅର୍ଥାତ ଶଯ୍ୟା ଉପରେ ବସି କିମ୍ବା ହାତରେ ଧରି କିମ୍ବା ଭାଙ୍ଗି ଯାଇଥିବା ବାସନରେ ଭୋଜନ ନକରିବା ଉଚିତ। କଳହ ଏବଂ ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ ମାନାଯାଏ। ବର ଗଛ ଏବଂ ଅଶ୍ୱତ୍ଥ ଗଛ ମୂଳରେ ବସି ଭୋଜନ କରିବା ଉଚିତ ନୁହେଁ। ପରସା ଯାଇଥିବା ଭୋଜନର ନିନ୍ଦା କେବେବି କରନ୍ତୁ ନାହିଁ। ଠିଆ ହୋଇ ଭୋଜନ କରିବା ବି ଅନୁଚିତ। ଜୋତା ପିନ୍ଧିକି ଭୋଜନ କରିବା ମଧ୍ୟ ଅନୁଚିତ ଅଟେ।

ବହୁତ ରାଗ କିମ୍ବା ବହୁତ ମିଠା ଭୋଜନ କରିବା ଉଚିତ ନୁହେଁ। କାହା ଦ୍ୱାରା ଛଡା ଯାଇଥିବା ଭୋଜନ ବି କରିବା ଉଚିତ ନୁହେଁ। ଅଧା ଖାଇଥିବା ଫଳ ମିଠା ଖାଇବା ଉଚିତ ନୁହେଁ। ଖାଦ୍ୟ ଛାଡିକି ଉଠିବା ପରେ ଦ୍ଵିତୀୟରେ ଭୋଜନ କରିବା ଉଚିତ ନୁହେଁ। ଯେକୌଣସି ବି ଲୋକ ପାଟି କରି ଖାଇବାକୁ ଦେଉଥିଲେ ସେଠାକୁ ଯାଇ କେବେବି ଭୋଜନ କରନ୍ତୁ ନାହିଁ। ପଶୁ କିମ୍ବା କୁକୁର ଛୁଇଁ ଥିବା ଭୋଜନକୁ କେବେବି ଗ୍ରହଣ କରନ୍ତୁ ନାହିଁ।

ରଜଶଳା ସ୍ତ୍ରୀ ଦ୍ୱାରା ପରସା ଯାଇଥିବା ଭୋଜନ ମଧ୍ୟ କରନ୍ତୁ ନାହିଁ। ଶ୍ରାଦ୍ଧ ଘରେ ବଳକା ରହିଥିବା ବାସୀ ଖାଦ୍ୟ ଭୋଜନ କରିବା ଅନୁଚିତ। ବାଳ ପଡିଥିବା ଖାଦ୍ୟରେ ମଧ୍ୟ ଭୋଜନ କରନ୍ତୁ ନାହିଁ। ଅନାଦର ଯୁକ୍ତ ପରସା ଯାଇଥିବା ଭୋଜନ କେବେ ମଧ୍ୟ କରନ୍ତୁ ନାହିଁ। କଞ୍ଜୁସ ଦ୍ୱାରା କିମ୍ବା ବେଶ୍ୟା ଧନ୍ଦା କରୁଥିବା ବ୍ୟକ୍ତି ଘରେ କେବେବି ଭୋଜନ କରନ୍ତୁ ନାହିଁ।

Spread the love