ଏମସ୍‌ର ଡାକ୍ତରଙ୍କ ଚେତାବନୀ

ନୂଆଦିଲ୍ଲୀ : ଏମସ୍‌ର ଡାକ୍ତରମାନେ ଖାଦ୍ୟ ଖାଇବା ବେଳେ ସାବଧାନ୍‌ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମସ୍‌ ପକ୍ଷରୁ ମୋମ ଖାଇବା ବେଳ ସାବଧାନ ହୋଇ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଜଣେ ୫୦ ବର୍ଷିୟ ବ୍ୟକ୍ତି ମୋମ ଖାଉଥିଲେ । ତରବର ହୋଇ ଖାଇ ଏହାକୁ ଗିଳିବା ବେଳେ ତାଙ୍କ ତଣ୍ଟିରେ ମୋମ ଲାଗିଯାଇଥିଲା । ଏହା ପରେ ସେ ଶ୍ୱାସ ଗ୍ରହଣରେ ସମସ୍ୟା ହୋଇଥିଲା। ସେ ଠିକ୍‌ ଭାବେ ମୋମକୁ ଚୋବାଇ ନଥିବାରୁ ଏହି ଅସୁବିଧା ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଶବ ବ୍ୟବଚ୍ଛେଦ ବେଳେ ଭର୍ଚୁଆଲ୍‌ ଅଟୋପସି କରାଯାଇଥିଲା । ଏଥିରେ ଏହି ଘଟଣା ସାମ୍ନାକୁ ଆସିଥିଲା।ସାଧାରଣ ନିଜ ଦକ୍ଷତାରୁ ଅଧିକ ବା ବଡ ଆକାରର କିଛି ଗିଳିଲେ ଏହା ତଣ୍ଟିରେ ଲାଗିଥାଏ । ଫଳରେ ଶ୍ୱାସ କ୍ରିୟାରେ ଅସୁବିଧା ହୋଇପାରେ । ଏଥିପାଇଁ ମୋମ ବା ସେହିପରି କିଛି ବଡ ଜିନିଷ ଖାଉଥିବା ବେଳେ ଭଲକରି ଚୋବାଇ ଖାଆନ୍ତୁ ବୋଲି ଏମସ୍ ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

Spread the love