ଏମ୍ସରେ ଭର୍ତ୍ତି ହେଲେ ସାଂସଦ ବିଶ୍ୱେଶର ଟୁଡ଼ୁ

ବାରିପଦା, ୨୨/୪: ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସାଂସଦ ଶ୍ରୀ ଟୁଡ଼ୁ ପଶ୍ଚିମବଙ୍ଗରେ ଜାରି ରହିଥିବା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ଦଳୀୟ ପ୍ରଚାର ନିମନ୍ତେ ଯାଇଥିଲେ। ସେଠାରୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ପ୍ରଥମେ ବାରିପଦାସ୍ଥିତ ପିଆରଏମ୍ ମେଡିକାଲରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲେ। ସେଠାରେ ତାଙ୍କର କୋଭିଡ଼-୧୯ ପରୀକ୍ଷା(ଏଣ୍ଟିଜେନ୍) କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ବାହାରି ଥିଲା। ପରେ ଉନ୍ନତ ଚିକିତ୍ସା ପାଇବା ନିମନ୍ତେ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Spread the love