ଏସଆଇ ଚାକିରି ପରୀକ୍ଷା କେଳେଙ୍କାରୀ, ବିହାର କନେକ୍ସନରେ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର : ଏସଆଇ ଚାକିରି ପରୀକ୍ଷା କେଳେଙ୍କାରୀ । ସାମ୍ନାକୁ ଆସିଲା ବିହାର ଲିଙ୍କ । ବିହାର କନେକ୍ସନରେ ଜଣକୁ ଗିରଫ କଲା ସିବିଆଇ । ଦୁଇ ଦିନିଆ ଟାଞ୍ଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଓଡ଼ିଶା ଆଣୁଛି ସିବିଆଇ । ବିହାର ଅଭିଯୁକ୍ତକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି ।  ଅନ୍ୟପଟେ ଖୋଲୁଛି ଦିଘା ମଡ୍ୟୁଲର ଲିଙ୍କ । ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ରିମାଣ୍ଡ ଆଣି ସତ ଓଗାଲିଛି ସିବିଆଇ ।  ତାଠାରୁ ମିଳିଥିବା ତଥ୍ୟ ଆଧାରରେ ଆଉ ଦୁଇ ଜଣ ଅଭିଯୁକ୍ତୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନିମାଇଁ ସାହୁ ଓ ଯବାନ ଅର୍ଜୁନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ସିିବିଆଇ ।  ଉଭୟଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି ସିବିଆଇ ।

୨୦୨୩ରେ OSSC je civil main ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ରେ ଅନ୍ୟତମ ଅଭିଯୁକ୍ତ କୁ ବନ୍ଧିଲା କ୍ରାଇମ୍ ବ୍ରାଞ୍ଚ। ବିହାର ର ଅଭିଯୁକ୍ତ ରାଜ ମୋହନ୍ ପ୍ରସାଦ । କ୍ରାଇମ୍ ବ୍ରାଞ୍ଚ ଗିରଫ ପରେ ବାଲେଶ୍ଵର ଏସ ଡି ଜେ ଏମ ଙ୍କ କୋର୍ଟ ରେ ହାଜର ପରେ ପୁଣି ୩ ଦିନିଆ ରିମାଣ୍ଡ ରେ ନେଇଛି କ୍ରାଇମବ୍ରାଞ୍ଚ।

ଜୁଲାଇ ୧୬ ରେ ପ୍ରଶ୍ନ ପତ୍ର ଡିଲ ବେଳେ ମାଡ଼ି ବସିଥିଲା ବାଲେଶ୍ବର ପୋଲିସ। ପ୍ରାଥମିକ ପର୍ଯ୍ୟାୟରେ ୯ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୯୧ ଜଣ ଚାକିରି ଆଶାୟୀ ଦଲାଲ ଙ୍କ କେବଳ ରୁ ଉଦ୍ଧାର ହୋଇଥିଲେ । ପର୍ଯ୍ୟାୟ କ୍ରମେ ଏହି ଘଟଣାରେ ୨୭ ଜଣ ଙ୍କୁ ଗିରଫ ହୋଇଥିଲେ। ଏହି ମାମଲା ପ୍ରଥମେ ପୋଲିସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥଲା। ପୂର୍ବରୁ ୬ ଜଣ ବିହାର ଓ ୧ ଜଣେ ପଶ୍ଚିମବଙ୍ଗ , ଆନ୍ଧ୍ର୍ରଦେଶର ରୁ ଜଣେ ଓ ଅନ୍ୟ ସମସ୍ତ ଗିରଫ ଓଡ଼ିଶାରେ ଥିଲେ। ବର୍ତମାନ ରାଜ ମୋହନ ପ୍ରସାଦ କୁ ପୁଣି ବିହାର ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଘଟଣା ରେ ରାଜ ମୋହନ ନିକଟରୁ ଅନେକ ତଥ୍ୟ ଓଗଲିବା ନେଇ କ୍ରାଇମବ୍ରଞ୍ଚ୍ ୩ ଦିନିଆ ରିମାଣ୍ଡ ନେଇଛି।

Spread the love