ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ‘ସୁବିଦ୍ୟା’ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ

ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁବିଦ୍ୟା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲର ଉନ୍ନତି ଯଥା, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା, ରୋଷେଇ ଘର, ଡାଇନିଂ ଟେବୁଲ, ସୁରକ୍ଷିତ ନିବାସ  ଉପରେ ଧ୍ୟାନ ଦିଆଯିବ । ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଯୋଜନା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଭବନରେ ଏହି ଯୋଜନାର ଆରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଏହି ଯୋଜନାର ଶୁଭାରମ୍ଭ କରି ବହୁତ ଖୁସି । ଏହି ଯୋଜନାର ଲକ୍ଷ ହେଉଛି ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବିଭିନ୍ନ ସୁବିଧା ଯୋଗାଇବା । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା 6500 ହଷ୍ଟେଲରେ 5,7 ଲକ୍ଷ ପିଲା ଅଛନ୍ତି । ମିଶନ ସୁବିଦ୍ୟା ସେମାନଙ୍କୁ ଉନ୍ନତ ମାନର ଖାଦ୍ୟ, ଶିକ୍ଷା, ଜୀବନ ଶୈଳୀ ପ୍ରଦାନ କରିବ । ଏହି ଅବସରରେ ବାଥୁଡି ଓ ଗଣ୍ଡିଆ ସମ୍ପ୍ରଦାୟର ଦୁଇଟି ବୁକଲେଟ ଉନ୍ମୋଚନ ହୋଇଛି । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସରକାର, ଏସଡିସି ର ଉପଦେଷ୍ଟା, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା QCI DG  ଆରପି ସିଂହ, ଆଦିବାସୀ ବ୍ୟାପାର ନିର୍ଦ୍ଦେଶକ ସଚିନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।  ଅନ୍ୟପକ୍ଷରେ ଆଉ ତିନୋଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ  ତିନୋଟି ଚୁକ୍ତିନାମା ଉପରେ ଦସ୍ତଖତ କରିଛି ।

Spread the love