ଏହିସବୁ ଦେଶରେ କେବେ ଅସ୍ତ ହୁଅନ୍ତି ନାହିଁ ସୂର୍ଯ୍ୟ

ବିଶ୍ଵ ବ୍ରହ୍ମାଣ୍ଡ ଓ ପୃଥିବୀ ସୃଷ୍ଟିକୁ ନେଇ ବିଭିନ୍ନ ପ୍ରକାର ତଥ୍ୟ ଦିଆଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାପଛରେ ଲୁଚି ରହିଥିବା ପ୍ରକୃତ ରହସ୍ୟର ଭେଦ କେହି ପାଇ ପାରି ନାହାଁନ୍ତି। ପୃଥିବୀ ଗଠନ ଏପରି ହୋଇଛି ଯେ କେଉଁଠି ଅଧିକ ଶୀତ ପାଇଁ ବରଫ ଗଦା ହୁଏ ତ ଆଉ କେଉଁଠି ଅତ୍ୟଧିକ ଉତାପ କାରଣରୁ ମରୁଭୂମି ସୃଷ୍ଟି ହୁଏ । ଆଜି ଆମେ ଆପଣଙ୍କୁ ଏପରି କିଛି ଅନନ୍ୟ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ହୁଏତ ଆଗରୁ ଜାଣିନଥିବେ। ଆଜି ଆମେ ଆପଣଙ୍କୁ ଦୁନିଆର ଏପରି କିଛି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବେବି ରାତି ହୁଏ ନାହିଁ କି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏବଂ କ୍ରମାଗତ ନିଜର ଆଲୋକ ପ୍ରଦାନ କରିଥାଏ ସୂର୍ଯ୍ୟ। ଆପଣ ହୁଏତ ଏହା ଜାଣି ଭାବୁଥିବେ ଯେ ଯଦି ଏହା ଘଟେ, ତେବେ ଶୋଇବା, ଉଠିବା, ଖାଇବା, ପିଇବା ଏବଂ କାମ କରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ସମୟରେ ଅବ୍ୟବସ୍ଥା ଦେଖା ଯାଉଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ରାତି ହୁଏନି। ତେବେ ଚାଲନ୍ତୁ ସେଗୁଡିକ ବିଷୟରେ ଜାଣିବା…

ଆଲାସ୍କା:-

 ଆଲାସ୍କାରେ ସବୁବେଳେ ଦିନ ହୋଇ ରହିଥାଏ ଏବଂ ଏଠାରେ ସୂର୍ଯ୍ୟ ସର୍ବଦା ଦୃଶ୍ୟମାନ ହୋଇଥାନ୍ତି। ଆମେରିକାର ପଶ୍ଚିମ ଭାଗରେ ରହିଥିବା ରାଜ୍ୟ ଆଲାସ୍କା ମେ’ର ଶେଷ ସପ୍ତାହରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ବୁଡି ରହିଥାଏ। ଏହି ସମୟ ମଧ୍ୟରେ, ସୂର୍ଯ୍ୟ କିଛି କ୍ଷଣ ପାଇଁ ମଧ୍ୟ ଲୁଚନ୍ତି ନାହିଁ। ସ୍ଥାନଟି ଏତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ ଅଟେ। ଏଠାରେ ହାଡ଼ ଭଙ୍ଗା ଥଣ୍ଡା ମଧ୍ୟ ଅନୁଭବ ହୁଏ, କିନ୍ତୁ ସୂର୍ଯ୍ୟ ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ଲୁଚନ୍ତି ନାହିଁ। ଏଠାରେ ଥିବା ଗ୍ଲେସିୟରଗୁଡିକ ସୂର୍ଯ୍ୟକିରଣରେ ରୂପା ପରି ଚମକୁଥିବା ବେଳେ, ପର୍ଯ୍ୟଟକଙ୍କୁ ଚାଲି ଚାଲି ସେଠାରେ ପହଞ୍ଚିବାକୁ ପଡିଥାଏ। ଯଦିଓ ସୂର୍ଯ୍ୟ ଏଠାରେ ରାତି ୧୨.୩୦ ରେ ଅସ୍ତ ହୁଅନ୍ତି, କିନ୍ତୁ ଠିକ୍ ୫୧ ମିନିଟ୍ ପରେ ପୁଣି ଉଦୟ ହୋଇଯାନ୍ତି। ଏହି ସ୍ଥାନଟି ବୁଲାବୁଲି ପାଇଁ ମଧ୍ୟ ବେଶ୍ ଅନୁକୂଳ ରହିଥାଏ।

ଆଇସଲ୍ୟାଣ୍ଡ:-

ଆଇସଲ୍ୟାଣ୍ଡ ଏକ ସୁନ୍ଦର ଦେଶ। ଗ୍ରେଟ ବ୍ରିଟେନ ପରେ ଆଇସଲ୍ୟାଣ୍ଡ ୟୁରୋପର ସବୁଠାରୁ ବଡ ଦ୍ୱୀପ ଅଟେ। ଆଇସଲ୍ୟାଣ୍ଡ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଉଜ୍ଜ୍ୱଳ କିରଣ ସହିତ ଚମକୁ ଥାଏ, ସୂର୍ଯ୍ୟ ଏହି ସମୟରେ ସେଠାରେ କେବେବି ଅସ୍ତ ଯାଆନ୍ତି ନାହିଁ । ଏଠାରେ ସୂର୍ଯ୍ୟ ସର୍ବଦା ମୁଣ୍ଡ ଉପରେ ରହିଥାଏ। ଚମତ୍କାର ଉତ୍ତରୀ ଆଲୋକ ବ୍ୟତୀତ ବୁଲାବୁଲି, ବନ୍ୟଜନ୍ତୁ, ବାଘ ଦେଖିବା, ଗୁମ୍ଫା ବୁଲା, ସାଇକେଲ ଚଲାଇବା ଏବଂ ଜାତୀୟ ଉଦ୍ୟାନ ପରିଦର୍ଶନ ଭଳି ବିଭିନ୍ନ ମନୋରମ କାର୍ଯ୍ୟକଳାପ ପାଇଁ ମଧ୍ୟ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ।

ନରୱେ:-

ଆର୍କଟିକ୍ ସର୍କଲରେ ଅବସ୍ଥିତ ନରୱେକୁ ଲ୍ୟାଣ୍ଡ ଅଫ୍ ମିଡନାଇଟ୍ ସନ୍ କୁହାଯାଏ। ଏଠାରେ ମେ ’ଶେଷରୁ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୭୬ ଦିନ ସୂର୍ଯ୍ୟ କେବେ ବି ଅସ୍ତ ହୁଅନ୍ତି ନାହିଁ। ଦିନରେ ପ୍ରାୟ ୨୦ ଘଣ୍ଟା ଟାଣୁଆ ଖରା ହୋଇଥାଏ। ୟୁରୋପର ଉତ୍ତରତମ ଅଞ୍ଚଳରେ ଥିବା ନରୱେରରେ ୧୦ ଏପ୍ରିଲରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ କ୍ରମାଗତ ଭାବରେ ଆଲୋକିତ କରନ୍ତି। ଏହି ଅଞ୍ଚଳ ବୁଲିବା ପାଇଁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସିଥାନ୍ତି, ଏବଂ ଏଠାରେ ଦିନ ବିତାନ୍ତି। କାରଣ ଏଠାରେ କେବେ ରାତି ହୁଏ ନାହିଁ। ଏହା ବ୍ୟତୀତ ନରୱେ ଦୁନିଆର ସବୁଠାରୁ ସୁନ୍ଦର ଦେଶ ମଧ୍ୟରେ ଗଣାଯାଏ। ଏଠାରେ ସନ୍ଧ୍ୟା ସମୟରେ ହାଲୁକା ଅନ୍ଧାର ହୋଇଥାଏ। ଯାହାକୁ ପର୍ଯ୍ୟଟକଙ୍କୁ ବେଶି ପ୍ରଭାବିତ କରିଥାଏ।

କାନାଡା:-

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ କାନାଡାର ଅନେକ ଅଂଶ ବର୍ଷସାରା ବରଫରେ ଆଚ୍ଛାଦିତ ହୋଇ ରହିଥାଏ। କିନ୍ତୁ ଇନୁଭିକ୍ ଏବଂ ଉତ୍ତର-ପଶ୍ଚିମ ପରି ଗ୍ରୀଷ୍ମ ଅଞ୍ଚଳରେ ସୂର୍ଯ୍ୟ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ଲଗାତାର ତାଙ୍କ ରଶ୍ମୀ ପ୍ରଦାନ କରିଥାନ୍ତି। ଆପଣ କାନାଡାରେ ଅରୋରା ଦେଖିପାରିବେ। ଏହାସହ ପର୍ବତାରୋହଣ, ଗରମ ଝରଣା, ସସପେନ୍ସନ୍ ବ୍ରିଜ୍ ଚଲା, ଦୁନିଆର ଦ୍ୱିତୀୟ ବୃହତ୍ତମ ଭାଗରେ ସଡ଼କ ଯାତ୍ରା ଏବଂ ଅନେକ ଐତିହାସିକ ସ୍ମାରକୀ ଦେଖିବାର ମଜା ନେଇପାରିବେ।

ସ୍ୱିଡେନ:-

ଉପରୋକ୍ତ ଦେଶ ତୁଳନାରେ ସ୍ୱିଡେନ ସାମାନ୍ୟ ଉଷ୍ମ ଅଟେ। ସ୍ୱିଡେନରେ ସୂର୍ଯ୍ୟ କେବଳ ମଧ୍ୟରାତ୍ରିରେ ଅସ୍ତ ହୁଅନ୍ତି। ମେ ମାସ ଆରମ୍ଭରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ସକାଳ ୪.୩୦ ରେ ଉଦୟ ହୁଅନ୍ତି। ଏହି ଦେଶରେ, ଆପଣ ଦୁଃସାହସିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖି ଦୀର୍ଘ ଦିନ ସମୟ ବିତାଇ ପାରିବେ। ଏଠାରେ ମାଛ ଧରା, ଗଲ୍ଫ ଖେଳିବା, ସ୍କିଡିଂ କରିବା, ଉତ୍ତର ଆଲୋକ ଦେଖିବା, ଜାତୀୟ ଉଦ୍ୟାନ ବୁଲାବୁଲି ଆଦି କରିବାର ସୁବିଧା ପର୍ଯ୍ୟଟକଙ୍କ ପାଇଁ ରହିଛି। ତେବେ ଏଠାରେ ରହୁଥିବା ଲୋକମାନେ ସେମାନଙ୍କ ସମସ୍ତ କାମ ସମୟ ଅନୁସାରେ ଭାଗଭାଗ କରି କରନ୍ତି।

Spread the love