ଏହି ସବୁ ଛୋଟ ଛୋଟ କଥାରେ ଭାଙ୍ଗିଯାଏ ସଂପର୍କ ! ଜାଣନ୍ତୁ ଏହାର କାରଣ କଣ !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ କେଉଁ କାରଣ ଯୋଗୁ ସଂପର୍କ ଭାଙ୍ଗିଯାଏ। ସଂପର୍କ ଏମିତି ଏକ ଜିନିଷ ଜାହାକୁ ବର୍ଣ୍ଣନା କରିହେବ ନାହିଁ , କେତେବେଳେ ଏହା ମଧୁରତା ତ ଆଉ କେତେବେଳେ ଜଟିଳତା । ଆଜିକାଲି ପ୍ରେମ ପୂର୍ଣ୍ଣ ସମ୍ପର୍କ କ୍ଷଣିକରେ ଭାଙ୍ଗି ଯାଉଛି , ହେଲେ ପୂର୍ବରୁ ପ୍ରେମ ସମ୍ପର୍କ ଖୁବ ଦୃଢ଼ ଥିଲା ଏବଂ ଲୋକ ଏହାକୁ ବଳବତ୍ତର ରଖୁଥିଲେ କିନ୍ତୁ ଆଜିକାଲି ଏହା ହୋଇପାରୁନାହିଁ ଅନେକ ଥର ଦେଖିବାକୁ ମିଳୁଛି କି ଲୋକ ମାନେ ନିଜ ସମ୍ପର୍କକୁ ମଜବୁତ କରିବା ବଦଳରେ ଖରାପ କରୁଛନ୍ତି । ଏହା ଦ୍ବାରା ଏମାନେ ଅଧିକ ସମୟ ସମ୍ପର୍କରେ ରହିପାରି ନଥାନ୍ତି । ଏକ ଭଲ ସମ୍ପର୍କରେ ଥାଇ ପରସ୍ପର ମଧ୍ୟରେ ଦୂରତା ଆସିଯାଇଥାଏ ଏହାକୁ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ ଏହା କାହିଁକି ହେଉଛି ।

ତେବେ ଆସନ୍ତୁ ଜାଣିବା ବ୍ରେକପର କାରଣ । ଅନେକ ସମୟରେ ଦମ୍ପତି ପରସ୍ପର ଠାରୁ ଅଧିକ ଆସାକରିଥାନ୍ତି , ଯେଉଁ କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥିଏ । ଆରମ୍ଭରୁ ସେମାନେ ଆଶା କରିନଥାନ୍ତି ଆଗକୁ ଆଗକୁ ଯେମିତି ସଂପର୍କ ବଢେ ଆଶା କରିବା ଇଚ୍ଛା ମଧ୍ୟ ବଢିଯାଇଥାଏ ଏହାକୁ ପୂରଣ କରିବା କଷ୍ଟ ହୋଇପଡେ । ଏହି କାରଣ ପାଇଁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ସଂପର୍କ ଭାଙ୍ଗିବା ପର୍ଯ୍ୟନ୍ତ ହୋଇଯାଏ । ୨ୟ ହେଲା ଭୁଲ ବୁଝାମଣା ସବୁ ଦମ୍ପତିଙ୍କ ମଧ୍ୟରେ ଭୁଲ ବୁଝାମଣା ହେବା ଏକ ସାଧାରଣ କଥା , ସମ୍ପର୍କ ବେଳେ ବେଳେ ଏହି କାରଣରୁ ଭାଙ୍ଗିଯାଏ । ଜୀବନରେ ଏପରି ଏକ ସମୟ ଆସେ ପରସ୍ପରକୁ ସମୟ ଦେଇ ପାରନ୍ତିନି ଏହି ପରିସ୍ଥିତି ମଧ୍ୟରେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୁଏ ଓ ଭୁଲ ବୁଝାମଣା ବଢ଼ିବାକୁ ଲାଗେ ସେତେବେଳେ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଯାଏ । ୩ୟ ହୋଲା କର୍ମ । ପ୍ରେମ ସଂପର୍କରେ କର୍ମ କରିବା ଭଳି କୋୖଣସି ସଂପର୍କ ରଖିବା କଥା ନୁହଁ ସେ ପୁଅ ହୁଅନ୍ତୁ ବା ଝିଅ । ଏହା ଏକ ସଂପର୍କ କୁ କ୍ଷଣିକରେ ଧୂଳିସାତ କରିଦିଏ ।

୪ର୍ଥ ହୋଲା ବିଶ୍ଵାସ କମିଯିବା । ଅନେକ ସମୟରେ ଦେଖିବାକୁ ମିଳିଥାଏ ଦମ୍ପତି ପରସ୍ପରକୁ ବହୁତ ପ୍ରେମ କରିଥାନ୍ତି , କିନ୍ତୁ ସେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ବିଶ୍ଵାସ କରିପାରିନଥାନ୍ତି ।  ଅଧିକାଂଶ ଦମ୍ପତିଙ୍କ ମଧ୍ୟରେ ବିଶ୍ଵାସ ଓ ଅବିଶ୍ବାସ କୁ ନେଇ ଝଗଡ଼ା ହୁଏ ଓ ଏହି ସୂନ୍ଦର ସଂପର୍କ ଭାଙ୍ଗି ଯାଏ ।

Spread the love