ଏହି ସ୍ୱଭାବର ସ୍ତ୍ରୀ ମାନେ ନିଜ ସ୍ବାମୀ କୁ କେବେ ଖୁସି କରି ପାରନ୍ତି ନାହିଁ

ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ମହିଳା ମାନେ କେଉଁ ସ୍ୱଭାବର ହୋଇଥାନ୍ତି ଓ କେତେ ପ୍ରକାରର ହୋଇଥାନ୍ତି ଆଉ ସେ ଗୁଡିକ କଣ କଣ | ସେହି ମହିଳାମାନଙ୍କର କିଛି ଖରାବ ଗୁଣ ବିଷୟ ରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର,ଚଳନି,ଗତି,ଅବଧିକୁ ଦେଖି ବ୍ୟକ୍ତିର ଆଗତ ଭବିଷ୍ୟତ ବିଷ୍ୟୟରେ ସୂଚନା ମିଳିପାରେ । ସେହି ଜ୍ୟୋତିଶ ଶାସ୍ତ୍ରରେ ପୁରୁଷ ଓ ମହିଳା ମାନେ କେତେ ପ୍ରକାରର ହୋଇଥାନ୍ତି ତାହା ମଧ୍ୟ ସୂଚନା ଦିଆଯାଇଛି। ଆଜି ଆମେ ଆପଣ ଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ,ଯାହା ଆପଣ କେବେବି ଜାଣିନଥିବେ |ଆସନ୍ତୁ ଜାଣିବା……

୧.ଚିତ୍ରିଣି ସ୍ତ୍ରୀ:-ଏମାନଙ୍କର ଆଖି ବହୁତ ସୁନ୍ଦର ହୋଇଥାଏ।ଏମାନେ ବହୁତ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି।ଏହି ମହିଳା ମାନଙ୍କୁ ସଙ୍ଗୀତ,ନାଟକ ଓ ବିଭିନ୍ନ ପ୍ରକାର ଜିନିଷରେ ରୁଚି ହୋଇଥାଏ।ଏମାନେ ସଜେଇ ହେବାକୁ ବହୁତ ପସନ୍ଦ କରନ୍ତି।ଏମାନଙ୍କର ଧାର୍ମିକ କାର୍ଯ୍ୟରେ ବହୁତ ରୁଚି ରହିଥାଏ।ଏମାନେ ବହୁତ ବୁଦ୍ଧିମତି ହୋଇଥାନ୍ତି। ୨.ମୁର୍ଗଣି ସ୍ତ୍ରୀ:-ଏମାନଙ୍କ ବୟସ ସୀମା ଦେଖି ମପା ହେଇପାରିବ ନାହିଁ।ଏମାନେ ଛୋଟ ଯୁବତୀଙ୍କ ପରି ଦେଖିବାକୁ ହୋଇଥାନ୍ତି।ଏମାନଙ୍କର ଆଖି ବଡ଼ ବଡ଼ ହୋଇଥିଲା ବେଳେ ଏମାନଙ୍କର ହାତ ଗୋଡ଼ ଛୋଟ ଛୋଟ ହୋଇଥାଏ।ଏମାନେ ବହୁତ କଠୋର ଶବ୍ଦ ବ୍ୟବହାର କରିଥାନ୍ତି।ଏମାନେ ନିଜ ସ୍ବାମୀ ଠାରୁ ପର ପୁରୁଷ ଏମାନଙ୍କୁ ଭଲ ଲାଗନ୍ତି।

୩.ପଦ୍ମିନି ସ୍ତ୍ରୀ:-ଏମାନେ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି।ଏମାନଙ୍କର ଆଖି ବହୁତ ବଡ଼ ବଡ଼ ହୋଇଥାଏ।ଏମାନଙ୍କୁ ସମାଜରେ ବହୁତ ପ୍ରଶଂସା ମିଲିଥାଏ।ଏମାନେ ସମସ୍ତଙ୍କ ସହିତ ମିଳି ମିଶି ଚଳନ୍ତି।କହିବାକୁ ଗଲେ ଏମାନେ ନିଜ ଗୁଣ ପାଇଁ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି।

୪.ସଖିନି ସ୍ତ୍ରୀ:-ଏମାନେ ଦେଖିବାକୁ ପ୍ରାୟତଃ ସାଧା ସିଧା ହୋଇଥାନ୍ତି। ଏମାନଙ୍କ ଉଚ୍ଚତା ସାଧାରଣ ହୋଇଥାଏ,ମାନେ ବେସି ଡେଙ୍ଗା ନୁହେଁ କି ବେସି ଗେଡା ହୋଇନଥାନ୍ତି। ଏମାନଙ୍କର ନାକ ମୋଟା ବା ଲମ୍ବା ହୋଇଥାଏ। ଏମାନେ ସବୁବେଳେ ନିଜ ସ୍ୱାମୀ ଉପରେ ରାଗି ଥାଆନ୍ତି। ଏମାନେ ନିଜ ସହ ପରିବାର ସହିତ ସମୟ ଅତିବାହିତ କରିବାକୁ ଓସନ୍ଦ କରନ୍ତି ନାହିଁ। ଏମାନେ ସମସ୍ତଙ୍କୁ ଦ୍ଵାର ପାତ୍ର ବୋଲି ଭାବି ଥାନ୍ତି। ଏମାନଙ୍କ ଜୀବନ ସୀମା ବହୁତ ଲମ୍ବା ହୋଇଥାଏ ଏବଂ ଏମାନଙ୍କ ଶେଷ ସମୟ ବହୁତ କଠିନ ଓ କଷ୍ଟ ଦାୟକ ହୋଇଥାଏ।

୫.ହଂସିନି ସ୍ତ୍ରୀ:-ଏମାନେ ବହୁତ ଗୋରା ଓ ମୋଟା,ଅଳସୁଆ ହୋଇଥାନ୍ତି। ଏମାନେ ବହୁତ ସୁନ୍ଦର ପୁରୁଷଙ୍କୁ ବିବାହ କରିଥାନ୍ତି। ଏମାନଙ୍କର ପ୍ରାୟତଃ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଏମାନେ ସମୟ ହିସାବରେ ନିଜେ ପରିବର୍ତ୍ତନ ହୋଇଥାନ୍ତି। ଏମାନେ ଅଳସୁଆପଣ ପାଇଁ ସବୁବେଳେ ଅସୁବିଧା ରେ ସମ୍ମୁଖୀନ ହୋଇଥାନ୍ତି |

Spread the love